ଶେଷ ହେଲା ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ଚଢ଼ାଉ: ୩ ରାଜ୍ୟରୁ ଜବତ ହେଲା ୩୫୦ କୋଟିରୁ ଅଧିକ ନଗଦ ଟଙ୍କା

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ବିଭାଗର ଚଢ଼ାଉ ଶୁକ୍ରବାର ଶେଷ ହୋଇଛି। ଦୀର୍ଘ ୧୦ ଦିନ ଧରି ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହି ଚଢ଼ାଉ ଜାରି ରହିଥିଲା। ଏହି ଚଢ଼ାଉରେ ୩୫୧ କୋଟି ଟଙ୍କା ଜବତ କରାଯାଇଛି। ଏହାଛଡ଼ା ପ୍ରାୟ ୩ କିଲୋଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି। ଦେଶରେ ଏଯାବତ ହୋଇଥିବା ଚଢ଼ାଉରେ ମିଳିଥିବା ନଗଦ ରାଶିରୁ ଏହା ଅଧିକ ବୋଲି କୁହାଯାଉଛି। ତେବେ ଡିସେମ୍ବର ୬ରେ ଏହି ଚଢ଼ାଉ ଆରମ୍ଭ ହୋଇଥିଲା। ଏକାସାଙ୍ଗରେ ୩୦ରୁ ୩୪ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏବେ ତଦନ୍ତକାରୀ ଟିମ୍‌ ଅନ୍ତିମ ଗଣନା ରିପୋର୍ଟକୁ ଦିଲ୍ଲୀରେ ଥିବା ସିବିଡିଟି ଅଫିସକୁ ପଠାଇଦେଇଛି।

Share