Categories: ଜାତୀୟ

ତାପସୀ ପନ୍ନୁ-ଅନୁରାଗ କଶ୍ୟପ-ବିକାଶଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୩।୩: ବଲିଉଡ୍‌ରେ ଆୟକର ବିଭାଗ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ଟିକସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ମେକର ଅନୁରାଗ କଶ୍ୟପ,ବିକାଶ ବହଲ, ମଧୁ ମେଣ୍ଟେନାଙ୍କ ସମେତ ଅନ୍ୟ କେତେକଙ୍କ ଘରେ ଆୟକର ଚଢ଼ାଉ କରାଯାଉଛି। ମୁମ୍ବାଇ ଏବଂ ପୁଣେର ୨୨ଟି ସ୍ଥାନରେ ଆୟକର ଚଢ଼ାଉ ହୋଇଛି। ଫ୍ୟାଣ୍ଟମ୍‌ ଫିଲ୍ମସ୍‌ କମ୍ପାନୀରେ ହୋଇଥିବା ଟିକସ ଚୋରି ନେଇ ଚଢ଼ାଉ ହୋଇଥିବା କୁହାଯାଉଛି। ୨୦୧୧ରେ ଅନୁରାଗ କଶ୍ୟପ,ବିକାଶ ବହଲ, ମଧୁ ମେଣ୍ଟେନା ଏବଂ ବିକ୍ରମାଦିତ୍ୟ ମୋଟଓ୍ବାନେଙ୍କ ଦ୍ୱାରା ଫ୍ୟାଣ୍ଟମ୍‌ ଫିଲ୍ମସ୍‌ ସ୍ଥାପନା କରାଯାଇଥିଲା। ୨୦୧୮ ଅକ୍ଟୋବରରେ କମ୍ପାନୀକୁ ବନ୍ଦ କରି ଦିଆଯାଇଥିଲା। ସୂଚନାଯୋଗ୍ୟ, ଅନୁରାଗ କେନ୍ଦ୍ର ସରକାରଙ୍କ ନୀତିର ଜଣେ ଦୃଢ଼ ସମାଲୋଚକ। ସେହିପରି ତାପସୀ ମଧ୍ୟ କୃଷି ଆଇନର ବିରୋଧ କରିଥିଲେ।

 

 

Share