Categories: ଜାତୀୟ

ପୁଣି ଟିମ୍‌ସି ନେତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କୋଲକାତା, ୧୨।୧: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଟଙ୍କାର ପାହଡ଼ ଦେଖିବାକୁ ମିଳିଛି। ଶିକ୍ଷା ଦୁର୍ନୀତିରେ ଜଡ଼ିତ ଥିବା ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମ୍‌ସି ନେତା ବିବାଦ ଘେରକୁ ଚାଲି ଆସିଛନ୍ତି। ମୁର୍ଶାଦାବାଦର ଟିଏମ୍‌ସି ବିଧାୟକ ଜାକିର ହୁସୈନଙ୍କ ଘରୁ ୧୦.୯୦ କୋଟି ଟଙ୍କା ଜବତ ହୋଇଛି। ବୁଧବାରଠାରୁ ଆଇଟି ପକ୍ଷରୁ ଜାକିରଙ୍କ କୋଲକାତା ଏବଂ ମୁର୍ଶାଦାବାଦରେ ଥିବା ଘର, କାରଖାନା ସମେତ ୨୮ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୧୫ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସେଥିମଧ୍ୟରୁ କେବଳ ୧୧ କୋଟି ଟଙ୍କା ମୁର୍ଶାଦାବାଦରୁ ମିଳିଛି। ଯେଉଁଠାରୁ ଜାକିର ବିଧାୟକ ରହିଛନ୍ତି। ସେଠାରେ ବିଧାୟକଙ୍କ ଜାକିରଙ୍କ ଏକ ବଡ଼ ବିଡ଼ି କାରଖାନା ରହିଛି। ଉକ୍ତ କାରଖାନାରେ ଆୟକର ବିଭାଗ ଚଢ଼ାଉ କରି ୧୧ କୋଟି ଟଙ୍କା ଜବତ କରିଥିଲା। ତେବେ ଘଟଣାରେ ସ୍ଥାନୀୟ ରାଜନେତାଙ୍କ ସମ୍ପୃକ୍ତି ଥିବା ଆଇଟି ପକ୍ଷରୁ କୁହାଯାଇଛି।

Share