Advertisement

୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ୨ ବିଶିଷ୍ଠ ବ୍ୟବସାୟୀ ଘରେ ଚାଲିଛି ଆୟକର ଚଢାଉ

ଗଜପତି,୨୧।୩(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ଦୁଇ ବିଶିଷ୍ଠ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ହେଲେ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାର।

ଉଭୟଙ୍କ ଘରେ ଗତ ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଆୟକର ବିଭାଗର ଛାନଭିନ ଚାଲିଛି। ଆୟକର ୧୨ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଲିଙ୍କରେ ଏହି ଚଢାଉ ଜାରି ରହିଥିବା ଜଣାପଡିଛି। ବିକ୍ରମଙ୍କ ସମୁଦି ତିରୁପତି ସାହୁକାର ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share