ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ

ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏବେ ତ କମ ବୟସର ପିଲାମାନେ ଘର ବସି ରୋଜଗାର କଲେଣି। ନିକଟରେ ମୟଙ୍କ ନାମକ ଜଣେ ପୁଅ ଲୋକପ୍ରିୟ ଶୋ କୌନ ବନେଗା କରୋଡପତିରେ ୧କୋଟି ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ତେବେ କଣ ଏତେ ଟଙ୍କା ରୋଜଗାର କଲେ ପିଲାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ! ହଁ ଏବେ ଏଭଳି ସେମିତି ନିୟମ ଲାଗୁ ହୋଇଛି। ଯଦି ଆପଣଙ୍କର ପିଲା ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ, ରିଲ୍ସ, ସଟର୍‌ସ, ସ୍ନାପ ଚାଟ କିମ୍ବା କୌଣସି ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଛନ୍ତି ତେବେ ତେବେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ।

ପିଲାମାନଙ୍କ ସହ ଜଡିତ ଆୟର ନିୟମାବଳୀ ଆୟକର ଅଧିନିୟମର ଧାରା ୬୪(୧ଏ) ରେ ବର୍ଣ୍ଣନା କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶିଶୁର ରୋଜଗାର କାହା ସହିତ ସଂଯୁକ୍ତ ହେବ। ଏହା ବ୍ୟତୀତ ଆୟକର ବ୍ୟବସ୍ଥା ଅନୁଯାୟୀ ପିଲାମାନଙ୍କ ରୋଜଗାର ଉପରେ ଛାଡ ମଧ୍ୟ ଉଲ୍ଲେଖ କରାଯାଇଛି।

ଟିକସ ସମ୍ବନ୍ଧୀୟ ବିଶେଷଜ୍ଞ ବଲୱନ୍ତ ଜୈନଙ୍କ ଅନୁଯାୟୀ ଯଦି ପିଲାଟିର ବୟସ ୧୮ ବର୍ଷରୁ କମ, ତା’ହେଲେ ତାଙ୍କର ରୋଜଗାର ସିଧାସଳଖ ତାଙ୍କ ପିତାମାତାଙ୍କ ସହ ଜଡିତ ହେବ। ଏହି ରୋଜଗାର ଦୁଇଟି ଉପାୟରେ ଦେଖାଯାଏ, ଆୟ ଏବଂ ବେଆଇନ ଆୟ। ଆୟକରର ଧାରା ୬୪(୧ଏ) ଅନୁଯାୟୀ, ଯଦି ପିଲା ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଅନ୍ୟ କୌଣସି ଉପାୟ ମାଧ୍ୟମରେ ଟଙ୍କା ରୋଜଗାର କରିଛନ୍ତି ତେବେ ଏହା ଅର୍ଜିତ ଆୟରେ ଅନ୍ତର୍ଭୂକ୍ତ ହେବ। ସେହିଭଳି, ଯଦି ଶିଶୁର ନାମରେ କୌଣସି ନିବେଶ କରାଯାଇଥାଏ ଏବଂ ସୁଧ ହିସାବରେ ଟଙ୍କା ପ୍ରାପ୍ତ ହେଉଥାଏ ତେବେ ଏହା ବେଆଇନ ଆୟ ଭାବରେ ବିବେଚନା କରାଯାଏ।

ଯଦି ଆପଣଙ୍କର ପିଲା ଇଣ୍ଟରନେଟ, ଖେଳ କିମ୍ବା ଅନ୍ୟ କୌଣସି ଉପାୟ ମାଧ୍ୟମରେ ରୋଜଗାର କରୁଛନ୍ତି, ତେବେ ତାଙ୍କ ପାଇଁ ଛୋଟ ITR ଫାଇଲ କରିବା ମଧ୍ୟ ଆବଶ୍ୟକ ହେବ। ଅର୍ଥାତ୍‌ ଅଭିଭାବକ ପିଲାଙ୍କର ରିଟର୍ଣ୍ଣ ଦାଖଲ କରିବା ସମୟରେ ରୋଜଗାରର ବିବରଣୀ ପ୍ରଦାନ କରିବେ। ଏହି ଆୟ ଉପରେ ଟିକସ ବା ଟ୍ୟାକ୍ସ ସେହି ସ୍ଲାବରେ ଦେବାକୁ ପଡିବ ଯେଉଭଳି ଜଣେ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡେ।

ନାବାଳିକାଙ୍କୁ କିଛି ଟିକସ ଛାଡ ମଧ୍ୟ ଦିଆଯାଏ। ଧାରା ୧୦(୩୨) ଅନୁଯାୟୀ, ଯଦି ଶିଶୁର ବାର୍ଷିକ ଆୟ ୧୫୦୦ଟଙ୍କାରୁ କମ୍‌ ତେବେ ସେମାନଙ୍କ ପାଇଁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଯଦି ଏହା ଉପରେ କୌଣସି ଆୟ ରହିବ, ତେବେ ପିଲାଙ୍କ ରୋଜଗାର ପିତାମାତାଙ୍କ ଆୟରେ ଯୋଡି ହେବ।

Share