Categories: ଜାତୀୟ

ରବର୍ଟ ଭଦ୍ରାଙ୍କ ଘରେ ଆୟକର ଟିମ୍‌

ନୂଆଦିଲ୍ଲୀ,୪।୧: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ଘରେ ଆୟକର ଟିମ ପହଞ୍ଚିଛନ୍ତି। ବେନାମୀ ସମ୍ପତ୍ତି ମାମଲାରେ ଆୟକର ଅଧିକାରୀ ଭଦ୍ରାଙ୍କୁ ପଚରାଉଚରା କରୁଛନ୍ତି। ପୂର୍ବରୁ ଏନେଇ ଭଦ୍ରାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ତେବେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସେ ଆୟକର ବିଭାଗ ଅଧିକାରୀଙ୍କୁ ଭେଟି ପାରି ନ ଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଅଣାଯାଇଥିବା ବେଆଇନ ସମ୍ପତ୍ତି ଠୁଳ ମାମଲାର ଯାଞ୍ଚ୍‌ କରାଯାଉଛି। ଲଣ୍ଡନଠାରେ ଥିବା ସମ୍ପତ୍ତି କିଣିବା ନେଇ ରବର୍ଟଙ୍କ ବିରୋଧରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ବ୍ରାୟନଷ୍ଟୋନ୍‌ ସ୍କ୍ବୋୟାରରେ ସେ ୧.୯ ନିୟୁତ ପାଉଣ୍ଡ ଦାମର ସମ୍ପତ୍ତି କିଣିଥିବା ଅଭିଯୋଗ ଅଣାଯାଇଛି। ତେବେ ଏନେଇ ଭଦ୍ରାଙ୍କୁ ଆଗୁଆ ଜାମିନ ମିଳିଛି।

Share