ରାଜ୍ୟ ସରକାରଙ୍କ ଅପାରଗତା: ଗିରିଧର ଗମାଙ୍ଗ

ଗୁଣପୁର,୨୫ା୨(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର, ରାମନାଗୁଡ଼ା ବ୍ଲକ୍‌ ସୀମାନ୍ତ ସଂରକ୍ଷିତ ଜଙ୍ଗଲ ଇରିଡ଼ି ଘାଟିରେ ଆନ୍ଧ୍ର ପକ୍ଷରୁ ରାସ୍ତା କାମ ଚାଲିଥିଲା। ଏଭଳି ଏକ ସମ୍ବେଦନଶୀଳ ଖବର ପଦାକୁ ଆସିବା ପରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ନେତୃତ୍ବରେ ଭାଜପାର ଏକ ପ୍ରତିନିଧି ଦଳ ଇରିଡ଼ି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାକୁ ନେଇ ଗମାଙ୍ଗ ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତା ବୋଲି କହିଛନ୍ତି।

Share