ବ୍ଲକ୍‌ ଗ୍ରାଣ୍ଟ ହେବା ପରେ ବି ପରିଚାଳନାରେ ଅସଙ୍ଗତି

ତେନ୍ତୁଳିଖୁଣ୍ଟି, ୧୩।୮(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ୧୯୯୦ରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ। ଯୁକ୍ତ ୨ ବିଜ୍ଞାନ ଓ କଳା ଖୋଲିଲା ବେଳେ ଜଳ ସମ୍ପଦ ବିଭାଗର ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଦାନରେ ୧୯୯୩ ପର୍ଯ୍ୟନ୍ତ ଚାଲିଲା। ସେତେବେଳେ ଜଳ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଥିବାରୁ ସମସ୍ତ ବିଷୟ ଅଧ୍ୟାପକ ପୂର୍ବରୁ ଚାକିରି କରୁଥିବା ଘରୋଇ କଲେଜ ଛାଡ଼ି ଏଠାରେ ଯୋଗଦେଲେ। କେତେଜଣ କର୍ମଚାରୀ ଶିକ୍ଷାକର୍ମୀ ଚାକିରି ଛାଡ଼ି ଏହି କଲେଜରେ ଯୋଗଦେଇଥିଲେ। ଜଳ ସମ୍ପଦ ବିଭାଗ ଜଳସେଚନ ଓ ଶକ୍ତି ବିଭାଗ ୨ ଭାଗ ହେବା ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନ ଓ ମେଡିକାଲ ଆଦି ଶକ୍ତି ବିଭାଗ ଅଧୀନକୁ ଗଲା। ଖରାପ ସମୟ ଆସିଲା ଚତୁର୍ଥ ବେତନ କମିଶନ ଲାଗୁ ପରେ। ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ ଆଉ ଦରମା ବେତନ କମିଶନ ରିପୋର୍ଟ ଆଧାରରେ ବୃଦ୍ଧି ନ କରି କଲେଜ ସମସ୍ତ ଟିଚିଂ ଓ ନନ୍‌ ଟିଚିଂ କର୍ମଚାରୀଙ୍କ ଦରମା ଫ୍ରିଜ୍‌ କରିଦେଲା। କଲେଜର ସମସ୍ତ ଷ୍ଟାଫ୍‌ଙ୍କ ଦରମା ଓ ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ଆର୍ଥିକ ଅନୁଦାନ ଦେଇ ନିଜକୁ ପରିଚାଳନାରୁ ଦୂରେଇ ଦେଲା। ଏହା ପରଠାରୁ ଷ୍ଟାଫ୍‌ମାନେ କଲେଜ ଛାଡ଼ିବା ଆରମ୍ଭ କଲେ। ସେମାନଙ୍କ ପ୍ରତି ବଦଳରେ ନିଯୁକ୍ତ ଷ୍ଟାଫ୍‌ଙ୍କୁ ପ୍ରକଳ୍ପ କର୍ତ୍ତୃପକ୍ଷ ଭିନ୍ନ ନଜରରେ ଦେଖିଲେ। ସେମାନଙ୍କ ଚାକିରି ସର୍ତ୍ତାବଳୀରେ ଅନେକ କେଁ ରଖିଲେ।
କଲେଜରେ ୨ଜଣ ଇଂରାଜୀ ଅଧ୍ୟାପକଙ୍କ ମଧ୍ୟରୁ ଜଣେ ଚାକିରି ଛାଡ଼ିବା ପରେ ଉକ୍ତ ପଦବୀ ଏବେ ବି ପୂରଣ ହୋଇନାହିଁ। ଜଣେ ଅଧ୍ୟାପକ ବିଜ୍ଞାନ ଓ କଳାର ସମସ୍ତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ବାଧ୍ୟ। ୨ ଓଡ଼ିଆ ଅଧ୍ୟାପକଙ୍କ ମଧ୍ୟରୁ ଜଣଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଛି। ନିରବଚ୍ଛିନ୍ନ ଡ୍ୟୁଟି କଲେ ୬ ବର୍ଷ ପରେ ନିୟମିତ କରିବାକୁ ଦାବି କରିବେ ଭାବି ସେଥିପାଇଁ ଗଳାବାଟ କାଢ଼ି ଗୋଟିଏ ଦିନ ବାଦ୍‌ ଦେଇ ଚୁକ୍ତି ନବୀକରଣ କରାଯାଉଛି। ୨୦୧୫ରୁ ଓଡ଼ିଆ ଅଧ୍ୟାପିକା ଆଜିଯାଏ ଚୁକ୍ତିଭିତ୍ତିରେ ରହିଛନ୍ତି। ଉଦ୍ଭିଦ ବିଜ୍ଞାନରେ ୨୦୧୪ରୁ ଜଣେ ଚୁକ୍ତିଭିତ୍ତିରେ ଅଛନ୍ତି। ୨୦୧୯ରେ କଲେଜ ବହୁ ସଂଘର୍ଷ ପରେ ବ୍ଲକ୍‌ ଗ୍ରାଣ୍ଟ ମାନ୍ୟତା ପାଇଛି। କିନ୍ତୁ ବ୍ଲକ୍‌ ଗ୍ରାଣ୍ଟ ସର୍ତ୍ତାବଳୀ ବିଷୟରେ କାହା ପାଖରେ କିଛି ତଥ୍ୟ ନ ଥିବାରୁ ଏବେ ଯାଏ ଷ୍ଟାଫ୍‌ଙ୍କ ଇପିଏଫ୍‌ ଅର୍ଥ, କର୍ମଚାରୀଙ୍କ ଶେୟାର, ନିଯୁକ୍ତିଦାତାଙ୍କ ଶେୟାର ଜମା ହୋଇନାହିଁ। ଚୁକ୍ତିଭିତ୍ତିରେ ନିଯୁକ୍ତି ରେ ମଧ୍ୟ ଦୁଇଭାଗ। କିଏ ଗେଷ୍ଟ ଫାକଲ୍ଟିଭାବେ ୨୦ ହଜାର ଟଙ୍କା ଦରମା ପାଉଛନ୍ତି ତ କିଏ ଚୁକ୍ତିଭିତ୍ତିରେ ୧୩,୯୦୦ ଟଙ୍କା ଦରମା ପାଉଛି। ୧୯୯୦ରୁ ନିଯୁକ୍ତି ପାଇ ୨୦୦୯ ରେ ଚାକିରି ଛାଡ଼ି ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଗ୍ରାଚୁଇଟି ପାଇଥିବାବେଳେ ସମକାଳୀନ ନିଯୁକ୍ତ ଅଧ୍ୟାପକ ଅବସର ପରେ ଗ୍ରାଚୁଇଟିରୁ ବଞ୍ଚିତ। ୨୦୨୫ ସୁଦ୍ଧା ପ୍ରାୟତଃ ସମସ୍ତ ବିଭାଗ ଅଧ୍ୟାପିକା ଅଧ୍ୟାପକ ଅବସର ନେଇଯିବା ପରେ ସେତେବେଳେ ବି କ’ଣ ଏଭଳି ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନେଇ ପଢ଼ାଯିବ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେହିଭଳି ହେଲେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୁଣବତ୍ତା ରହିବନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟିକୁ ସ୍ଥାୟୀ ଅଧ୍ୟକ୍ଷ ଦିଆଯାଇନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ଡାଟା ଏଣ୍ଟ୍ରି ଅପରେଟରଙ୍କ ଦରମାରେ ଅସଂଗତି ରହୁଛି। ଝରିଗୁମ୍ମା ବ୍ଲକ୍‌ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮ ହଜାର ଟଙ୍କା ମିଳୁଥିବାବେଳେ ଏଠାରେ ୭ ହଜାର ଟଙ୍କାରେ ସୀମିତ ରଖାଯାଇଛି। ପ୍ରକଳ୍ପରୁ ବ୍ଲକ୍‌ ଗ୍ରାଣ୍ଟ ହେବା ପରେ ଯେଉଁଠି ବିଦ୍ୟାଳୟ ଅଛି ସେହି ଜମି ଏ ଯାଏ ବିଦ୍ୟାଳୟ ନାମରେ କରାଯାଇନାହିଁ। ଏ ନେଇ ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ମୁଁ ଠିକ୍‌ଭାବେ ଏସବୁ ବିଷୟରେ ଅବଗତ ନାହିଁ। ଏ ସମ୍ପର୍କିତ ଅଭିଯୋଗ ଏ ଯାଏ ଆସିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri