ତୃତୀୟ ଲହର ପାଇଁ ବଢ଼ିପାରେ କଟକଣା

ଭୁବନେଶ୍ୱର,୩୦।୮(ବ୍ୟୁରୋ): କରୋନା ପାଇଁ ଦେଢ଼ବର୍ଷ ହେବ କଟକଣା ଭିତରେ ଜୀବନ ବିତୁଛି। ଦ୍ୱିତୀୟ ଲହର ସଂକ୍ରମଣ ନିମ୍ନସ୍ତରକୁ ଆସିଥିବାବେଳେ ଧୀରେ ଧୀରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ର ସ୍ବାଭାବିକ ହେଉଛି। ସ୍ଥିତିକୁ ଦେଖି କଟକଣାକୁ କୋହଳ କରାଯାଉଥିବାବେଳେ ଏବେ ସମ୍ଭାବ୍ୟ ତୃତୀୟ ଲହର ସତର୍କ ଘଣ୍ଟି ବଜାଉଛି। ରାଜ୍ୟ ସରକରଙ୍କ ପକ୍ଷରୁ ଜାରି ଅଗଷ୍ଟ ଗାଇଡ୍‌ଲାଇନ୍‌ ସରିବାକୁ ଗୋଟିଏ ଦିନ ବାକି ରହିଥିବାବେଳେ ସେପ୍ଟେମ୍ବର ପାଇଁ କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ତୃତୀୟ ଲହର ଓ ପାର୍ବଣକୁ ଦୃଷ୍ଟିରେ ରଖି ଏଥର କଟକଣା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରିବା ସହ ପରାମର୍ଶ ଦେଇସାରିଛି। ବର୍ତ୍ତମାନ ଶିଶୁ ଓ କିଶୋର ସଂକ୍ରମଣ ଓ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ତେଣୁ ବିଭିନ୍ନ ଜିଲା ଓ ସହରାଞ୍ଚଳ ପାଇଁ ନୂଆ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଉଛି।
ଅଗଷ୍ଟ ଗାଇଡ୍‌ଲାଇନ୍‌ ଅନୁସାରେ, ସାଧାରଣ ଯାତାୟାତଠାରୁ ଆରମ୍ଭ କରି ପ୍ରାୟ ସବୁ କ୍ଷେତ୍ରରେ କଟକଣା କୋହଳ ହୋଇଛି। ପ୍ରାଥମିକ ବିଦ୍ୟାଳୟ ବ୍ୟତୀତ ଅନ୍ୟସବୁ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ମନ୍ଦିର, ଧର୍ମାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ଫିଲ୍ମ ହଲ୍‌, ମଲ୍‌, ମାର୍କେଟ୍‌ ସବୁ ଖୋଲିଯାଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ର ଚଳଚଞ୍ଚଳ ହେବାରେ ଲାଗିଛି। କେବଳ ଅଧିକ ସଂକ୍ରମଣ ହାର ରହିଥିବା ଭୁବନେଶ୍ୱର, କଟକ ଓ ପୁରୀରେ ଶନି ଏବଂ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ ଅଗଷ୍ଟ ୨୦ରୁ ରାଜ୍ୟରେ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ଖସିଛି। କିନ୍ତୁ ଖୋର୍ଦ୍ଧା ଜିଲା ସକ୍ରିୟ ରୋଗୀ ସଂଖ୍ୟାରେ ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ରାଜ୍ୟରେ ୬,୯୮୬ଜଣ ସକ୍ରିୟ ରୋଗୀ ଥିବାବେଳେ ଏଥିମଧ୍ୟରୁ ଏହି ଜିଲାରେ ୨,୭୦୩ଜଣ ରହିଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୧.୨୪% ଥିବାବେଳେ ଖୋର୍ଦ୍ଧା ୩.୧% ରହିଛି। ତେଣୁ ଖୋର୍ଦ୍ଧା ଜିଲାରେ କଟକଣାରେ କୌଣସି ପରିବର୍ତ୍ତନ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଏହି ଜିଲାରେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ପ୍ରାୟ ୮୫% ଆକ୍ରାନ୍ତ ରହୁଛନ୍ତି। ଭୁବନେଶ୍ୱର ଲୋକେ କୋଭିଡ୍‌ ନିୟମ ଠିକ୍‌ ଭାବେ ମାନୁ ନ ଥିବାରୁ ସଂକ୍ରମଣ ଅଧିକ ରହୁଥିବା ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି। ବିଶେଷଜ୍ଞଙ୍କ କହିବାନୁସାରେ, ସେପ୍ଟେମ୍ବରରେ ଶଟ୍‌ଡାଉନ ରହୁ। ବିଶେଷକରି ଭୁବନେଶ୍ୱରରେ କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ ପରାମର୍ଶ ଦେଇଛନ୍ତି। ରାତ୍ରି କର୍ଫ୍ୟୁ ଓ ଶଟ୍‌ଡାଉନକୁ ଯଦିଓ କଛି ଲୋକ ପାଳନ କରୁଛନ୍ତି, କିନ୍ତୁ କିଛି ଅମାନିଆ ରାତିରେ ବୁଲିବା ସହିତ ଗହଳି କରୁଛନ୍ତି। ତେଣୁ ପୂର୍ବଭଳି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉଚିତ। ନ ହେଲେ ତୃତୀୟ ଲହରରେ ଅଧିକ ଲୋକ ସଂକ୍ରମଣର ଶିକାର ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri