ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର: ହାଇକୋର୍ଟ

କଟକ ଅଫିସ,୧୯ା୮-ହୋମଗାର୍ଡମାନଙ୍କ ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ସେମାନଙ୍କୁ ଦୈନିକ ୫୩୩ ଟଙ୍କା ଦିଅନ୍ତୁ। ସେମାନଙ୍କ ମଜୁରିକୁ ନେଇ ହାଇକୋର୍ଟ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ଜଷ୍ଟିସ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜାନୁୟାରୀରୁ ପିଛିଲା ଭାବେ ଏହା ଲାଗୁହେବ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟର ୧୬,୮୯୪ ଜଣ ହୋମଗାର୍ଡ ଉପକୃତ ହେବେ।