Posted inଜାତୀୟ

ଭାରତରେ ବାଲ୍ୟ ବିବାହରେ ବୃଦ୍ଧି, ୧୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ,୧୬।୧୨ : ନିକଟ ଅତୀତରେ, ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏବେ ମଧ୍ୟ ବି ଦେଶରେ ପ୍ରତି ପାଞ୍ଚ ନାବାଳିକାଙ୍କ ମଧ୍ୟରୁ ଜଣେ ଏବଂ ପ୍ରତି ୬ ଜଣ ପୁଅଙ୍କ ମଧ୍ୟରୁ ଜଣେ ନାବାଳକ ବାଲ୍ୟ ବିବାହ କରୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ପତ୍ରିକା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ – ଲାନସେଟରେ ପ୍ରକାଶିତ ହୋଇଛି । ଏହା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ବାଲ୍ୟ ବିବାହକୁ ରୋକିବା ପାଇଁ ଉଦ୍ୟମ ବନ୍ଦ ହୋଇଯାଇଥିବା ପରି ମନେ ହେଉଛି।

ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୧୬ ରୁ ୨୦୨୧ ମଧ୍ୟରେ ବାଲ୍ୟ ବିବାହ ଉପରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଲ୍ୟ ବିବାହ କମ୍‌ ହୋଇଛି। ୬ଟି ରାଜ୍ୟରେ ନାବାଳିକାମାନଙ୍କର ବାଲ୍ୟ ବିବାହ ବୃଦ୍ଧି ପାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମଣିପୁର, ପଞ୍ଜାବ, ତ୍ରିପୁରା ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ। ଆଠଟି ରାଜ୍ୟରେ ନାବାଳକ ମାନେ ବିବାହ କରୁଛନ୍ତି। ସେସବୁ ରାଜ୍ୟମଧ୍ୟରେ ଛତିଶଗଡ, ଗୋଆ, ମଣିପୁର ଏବଂ ପଞ୍ଜାବ ରହିଛି।

ସୂଚନାଯୋଗ୍ୟ ୧୯୯୩ ରୁ ୨୦୨୧ ମଧ୍ୟରେ ଭାରତର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ କରାଯାଇଥିଲା। ବାଲ୍ୟ ବିବାହ ଉପରେ ଏହି ଲାନସେଟ ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ ଏହି ସର୍ଭେରୁ ତଥ୍ୟ ବ୍ୟବହାର କରିଥିଲେ। ବିଶେଷ କଥା ହେଉଛି ଯେ କେତେକ ରାଜ୍ୟରେ ବାଲ୍ୟ ବିବାହ ବୃଦ୍ଧି ସହିତ ଜାତୀୟ ସ୍ତରରେ ବାଲ୍ୟ ବିବାହରେ ମଧ୍ୟ ହ୍ରାସ ଘଟିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଅଧିକାରୀ ଏବଂ ଭାରତ ସରକାରଙ୍କ ସହ ଜଡିତ ଅଧିକାରୀମାନେ ମଧ୍ୟ ଏହି ଅନୁସନ୍ଧାନ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ।

୧୯୯୩ ରେ, ବାଲ୍ୟ ବିବାହର ଶିକାର ହୋଇଥିବା ଝିଅଙ୍କ ସଂଖ୍ୟା ୪୯ ପ୍ରତିଶତ ଥିଲା। ୨୮ ବର୍ଷ ପରେ ଅର୍ଥାତ ୨୦୨୧ ରେ ଏହା୨୨ ପ୍ରତିଶତରେ ପହଞ୍ଚିଛି। ଜାତୀୟ ସ୍ତରରେ ପୁଅମାନଙ୍କର ବାଲ୍ୟ ବିବାହ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ୨୦୦୬ ରେ, ସାତ ପ୍ରତିଶତ ନାବାଳକ ବିବାହ କରୁଥିଲେ, ଯାହା ୨୦୨୧ରେ ଦୁଇ ପ୍ରତିଶତକୁ ଖସି ଆସିଛି। ତେବେ ଅନୁସନ୍ଧାନକାରୀ ଦଳ ଏହା ଉପରେ ଉଦବେଗ ପ୍ରକାଶ କରି କହିଛନ୍ତି ୨୦୧୬ରୁ ୨୦୨୧ ମଧ୍ୟରେ ବାଲ୍ୟ ବିବାହ ସମାପ୍ତ କରିବାରେ ଅଗ୍ରଗତି ବନ୍ଦ ହୋଇଯାଇଛି। ୨୦୦୬ ରୁ ୨୦୧୬ ମଧ୍ୟରେ ବାଲ୍ୟ ବିବାହର ସର୍ବାଧିକ ହ୍ରାସ ରେକର୍ଡ କରାଯାଇଥିଲା ।

ମିଳିତ ଜାତିସଂଘର ଶିଶୁ ପାଣ୍ଠି ୟୁନିସେଫ ଅନୁସାରେ ବାଲ୍ୟ ବିବାହ ହେଉଛି ମାନବିକ ଅଧିକାରର ଉଲ୍ଲଂଘନ। ଏହାର କାରଣ ହେଉଛି ୧୮ ବର୍ଷରୁ କମ ବୟସ୍କ ବାଳିକା ଏବଂ ୨୧ ବର୍ଷରୁ କମ ବୟସ୍କ ବାଳକମାନଙ୍କ ବିବାହ ହେବା ଦ୍ୱାରା ସେମାନଙ୍କ ବିକାଶ ଉପରେ ପ୍ରଭାବ ପଡୁଛି। ଲିଙ୍ଗଗତ ଅସମାନତା ଯୋଗୁ ବାଲ୍ୟ ବିବାହ ବୃଦ୍ଧି ପାଉଛି।

ମିଳିତ ଜାତିସଂଘ ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହା ଅନ୍ତର୍ଗତ ଲିଙ୍ଗଗତ ସମାନତା ସହିତ ମହିଳା ଏବଂ ଝିଅମାନଙ୍କର ସମାନତାର ଲକ୍ଷ୍ୟ ମଧ୍ୟ ହାସଲ କରିବାକୁ ଯୋଜନା ହୋଇଛି। ଭାରତରେ ବାଲ୍ୟ ବିବାହର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଲକ୍ଷ୍ୟଗୁଡିକ ଏକ ଚ୍ୟାଲେଞ୍ଜିଂ ମନେହୁଏ, କିନ୍ତୁ ଲିଙ୍ଗଗତ ସମାନତା ପାଇଁ, ବାଲ୍ୟ ବିବାହକୁ ମୂଳରୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପିଲାମାନଙ୍କ ପାଇଁ କ୍ଷତିକାରକ ଅଭ୍ୟାସକୁ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି। ମହିଳା ଗର୍ଭପାତ, ବାଲ୍ୟ ବିବାହ ଏବଂ ବାଧ୍ୟତାମୂଳକ ବିବାହ ଭଳି ଖରାପ ପ୍ରଥାକୁ ଦୂର କରିବା ପାଇଁ ଆହୱାନ ଦିଆଯାଇଛି। ମିଳିତ ଜାତିସଂଘ ଅନୁଯାୟୀ ଭାରତରେ ବାଲ୍ୟ ବିବାହ ବ୍ୟତୀତ ବିଶ୍ୱରେ ପ୍ରତି ପାଞ୍ଚଜଣ ନାବାଳିକାଙ୍କ ମଧ୍ୟରୁ ଜଣେ ବାଲ୍ୟକାଳରେ ବିବାହ କରୁଛନ୍ତି। ବିଶ୍ୱସ୍ତରରେ ଏହା ପ୍ରାୟ ୧୯ ପ୍ରତିଶତ ରହିଛି।

ଅଧ୍ୟୟନରେ କୁହାଯାଇଛି ବିଶ୍ୱସ୍ତରରେ ବାଲ୍ୟ ବିବାହରେ ହ୍ରାସ ଘଟିଛି, କିନ୍ତୁ କରୋନା ମହାମାରୀ ଯୋଗୁ ଏହି ପ୍ରୟାସରେ ବାଧା ସୃଷ୍ଟି ହୋଇଛି। ଜାତିସଂଘ ଅନୁଯାୟୀ, ବିଶ୍ୱରେ ସମ୍ପ୍ରତି ଏକ କୋଟି ନାବାଳିକା ବାଲ୍ୟ ବିବାହ କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri