Categories: ବାଣିଜ୍ୟ

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏପରିକି ଗତ ସପ୍ତାହ ସପ୍ତାହ ମଧ୍ୟରେ ୨% ମୂଲ୍ୟ ବୃଦ୍ଧି ସହ ବ୍ୟାରେଲ ପିଛା ୯୦ ଡଲାର ନିକଟବର୍ତ୍ତୀ ହୋଇଛି। ଅପରପକ୍ଷରେ ବିଗତ କିଛି ମାସର ସ୍ଥିରତା ପରେ ଦର ବୃଦ୍ଧି ଖାଉଟି ଓ ତୈଳ ଆମଦାନୀ ରାଷ୍ଟ୍ରଗୁଡିକ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଗତ ୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ବିଶେଷ କରି ସୋମବାର ବ୍ରେଣ୍ଟ କ୍ରୁଡ୍‌ ଅଏଲ ଦର ବ୍ୟାରେଲ ପିଛା ୮୮.୭୨ଡଲାରରେ ପହଞ୍ଚତ୍ଛି। ସେହିପରି ଡଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫.୫୦ ଡଲାରରେ କାରବାର କରୁଛି। ଏପରିକି ଅଶୋଧିତ ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ତୈଳ ଯୋଗାଣ ହ୍ରାସ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଫଳରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସେହିପରି ସାଉଦି ଆରବ ଓ ରୁଷିଆ ଭଳି ଦେଶ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିଥିବାବେଳେ ଓପେକ୍‌ ରାଷ୍ଟ୍ରଗୁଡ଼ିକ ତୈଳ ଉତ୍ପାଦନ ହ୍ରାସ ଏବଂ ରପ୍ତାନି ହ୍ରାସ କରିବାକୁ ବିଚାର କରୁଛନ୍ତି। ଏପରିକି ନିକଟରେ ରୁଷିଆ ତୈଳ ଦର ବଢାଇବା ସହ ରିହାତି ଦର ହ୍ରାସ କରିବାରୁ ଭାରତର ତୈଳ ଆମଦାନୀ ପରିମାଣ ମଧ୍ୟ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଅଶୋଧିତ ତୈଳ ଦର ବୃଦ୍ଧି ଘରୋଇ ତୈଳ ବଜାରରେ ଉପରେ ବେଶ ପ୍ରଭାବ ପକାଇବ। ଦୀର୍ଘମାସ ଧରି ତେଲ ଦର ହ୍ରାସ ପାଇନଥିବାବେଳେ ଅଶୋଧିତ ତୈଳ ଦର ବୃଦ୍ଧି ତେଲ ଦର ହ୍ରାସ ନେଇ ଆଶଙ୍କା ଦେଖାଦେଲାଣି। କାରଣ ଗତ ସପ୍ତାହରେ କେନ୍ଦ୍ର ସରକାର ଏଲପିଜି ଦର (୧୪.୨ କି.ଗ୍ରା) ସିଲିଣ୍ଡର ପିଛା ୨୦୦ଟଙ୍କା କମାଇବା ପରେ ଖାଉଟି ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା କରୁଥିବାବେଳେ ଅଶୋଧିତ ତୈଳ ଦର ବୃଦ୍ଧି ଖାଉଟିଙ୍କ ଆଶାକୁ ଆଶାଙ୍କରେ ପକାଇଛି। ଏଭଳି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହେବାର ସମ୍ଭାବନା ଶେଷ ହୋଇଥିବା ବେଳେ ଆଗାମୀ ଦିନରେ ତେଲ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Share