ଘରୋଇ ବଜାରରେ ଇନ୍ଧନ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୯।୪: ଘରୋଇ ବଜାରରେ କ୍ରମାଗତ ଭାବେ ଇନ୍ଧନ ଚାହିଦା ବୃଦ୍ଧି ଘଟିବା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରି କି ୨୦୨୩-୨୪ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ଇନ୍ଧନ ଚାହିଦା ୫% ବୃଦ୍ଧି ପାଇଥିଲାବେଳେ ବ୍ୟବହାରରେ ୦.୬% ବାର୍ଷିକ ଭିତ୍ତିରେ ହ୍ରାସ ଘଟିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚରେ ଭାରତର ଇନ୍ଧନ ବ୍ୟବହାର ବର୍ଷ ତୁଳନାରେ ୦.୬% ହ୍ରାସ ପାଇଛି। ଅବଶ୍ୟ, ୨୦୨୪ ଆର୍ଥିକ ବର୍ଷର ଇନ୍ଧନ ଚାହିଦା ପ୍ରାୟ ୫% ବୃଦ୍ଧି ପାଇଛି, ମୁଖ୍ୟତଃ ଅଟୋମୋବାଇଲ୍‌ ଇନ୍ଧନ ଏବଂ ନାଫଥା ଅଧିକ ବିକ୍ରି ହେତୁ ଏହି ଫଳାଫଳ ହାସଲ ହୋଇଛି ବୋଲି ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଏବଂ ଆନାଲିସିସ୍‌ ସେଲ୍‌ (ପିପିଏସି)ର ଡାଟା ବେସରେ ଉଲ୍ଲେଖ କରାଯାଇଛି। ସେହିଭଳି ପିପିଏସିର ପ୍ରାଥମିକ ତଥ୍ୟ ଅନୁଯାୟୀ ତୈଳ ଚାହିଦା ପାଇଁ ପ୍ରକ୍ସି ସମୁଦାୟ ବ୍ୟବହାର ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୨୧.୦୯ନିୟୁତ ମେଟ୍ରିକ୍‌ ଟନ୍‌ (ଦୈନିକ ୪.୯୯ମିଲିୟନ୍‌ ବ୍ୟାରେଲ୍‌)ରେ ପହଞ୍ଚତ୍ଛି। ଏପରି କି ଗତବର୍ଷ ସମାନ ଅବଧି ମଧ୍ୟରେ ରେକର୍ଡ ହୋଇଥିବା ୨୧.୨୨ ନିୟୁତ ଟନ୍‌ (୫.୦୨ ଏମ୍‌ବିପିଡି)ରୁ ଏହା ସାମାନ୍ୟ ହ୍ରାସ ପାଇଛି, ତେବେ ୨୦୨୪ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକବର୍ଷ ପାଇଁ ଇନ୍ଧନର ଚାହିଦା ରେକର୍ଡ ସର୍ବାଧିକ ୨୩୩.୨୭୬ ମିଲିୟନ ଟନ୍‌ (୪.୬୭ ଏମ୍‌ବିପିଡି) ରେ ପହଞ୍ଚତ୍ଛି; ଯାହା ପୂର୍ବ ବର୍ଷ ୨୨୩.୦୨୧ମିଲିୟନ ଟନ୍‌ (୪.୪୮ ଏମ୍‌ବିପିଡି)ଠାରୁ ଅଧିକ ବୋଲି ମନ୍ତ୍ରଣାଳୟ ଡାଟାବେସରେ ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ଟ୍ରକ୍‌ ଏବଂ ବାଣିଜି୍ୟକ ଯାତ୍ରୀବାହୀ ଯାନ ଦ୍ୱାରା ବ୍ୟବହୃତ ଡିଜେଲ ବିକ୍ରି ୨୦୨୪ ମାର୍ଚ୍ଚରେ ୩.୧% ବୃଦ୍ଧି ହୋଇ ୮.୦୪ ମିଲିୟନ ଟନ୍‌ରେ ପହଞ୍ଚତ୍ଛି ଏବଂ ପୂର୍ବ ଆର୍ଥିକବର୍ଷ ପାଇଁ ଏହା ୪.୪% ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପେଟ୍ରୋଲର ବିକ୍ରି ୬.୯% ବାର୍ଷିକ ବୃଦ୍ଧି ହୋଇ ୩.୩୨ ନିୟୁତ ଟନରେ ପହଞ୍ଚତ୍ଛି ଏବଂ ଆର୍ଥିକବର୍ଷ ପାଇଁ ଏହା ୬.୪% ବୃଦ୍ଧିଘଟିଛି। ସେହିପରି ସଡ଼କ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଟୁମେନର ବିକ୍ରୟ ୨୦୨୪ ମାର୍ଚ୍ଚରେ ସ୍ଥିର ରହିଥିଲା କିନ୍ତୁ ଆର୍ଥିକବର୍ଷ ପାଇଁ ଏହା ୯.୯% ବୃଦ୍ଧି ଘଟିଛି। ଅପରପକ୍ଷରେ ରନ୍ଧନ ଗ୍ୟାସ୍‌ ଭାବେ ବ୍ୟବହୃତ ତରଳ ପେଟ୍ରୋଲିୟମ ଗ୍ୟାସ୍‌ (ଏଲପିଜି)ର ବିକ୍ରି ୮.୬% ବୃଦ୍ଧି ଘଟି ୨.୬୧ ନିୟୁତ ଟନରେ ପହଞ୍ଚତ୍ଛି ଏବଂ ଗତ ବର୍ଷର ଏହି ସମାନ ସମୟ ମଧ୍ୟରେ ନାଫଥା ବିକ୍ରି ୫.୫% ବୃଦ୍ଧି ଘଟି ପ୍ରାୟ ୧.୧୯ ମିଲିୟନ ଟନରେ ପହଞ୍ଚତ୍ଛି। ବିଶେଷ କରି ଇନ୍ଧନ ତୈଳର ବ୍ୟବହାର ୨୦୨୪ ମାର୍ଚ୍ଚରେ ୯.୭% ବାର୍ଷିକଭିତ୍ତିରେ ହ୍ରାସ ଘଟିଥିଲାବେଳେ ଆର୍ଥିକବର୍ଷ ପାଇଁ ୬.୩% ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri