ସୁନା ସଂରକ୍ଷଣରେ ବୃଦ୍ଧି

ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା ଭାରତର ସୁନା ସଂରକ୍ଷଣ ୪୦% ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇଛି। ଏପରିକି ଏହି ସମାନ ଅବଧି ମଧ୍ୟରେ ମୋଟ ସୁନା ଭଣ୍ଡାରରେ ୩୪% ବୃଦ୍ଧି ଘଟିଛି। ସେହିଭଳି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ମୋଟ ୮୨୨ ମେଟ୍ରିକ୍‌ ଟନ୍‌ ସୁନା ରଖିଛି ଏବଂ ଦେଶ ମଧ୍ୟରେ ୪୦୮ ମେଟ୍ରିକ୍‌ ଟନ୍‌ ସୁନା ସଂରକ୍ଷଣ ରହିଛି, ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ସୁନା ସଂରକ୍ଷଣ ୬୧୨ ମେଟ୍ରିକ୍‌ ଟନ୍‌ ଥିଲା, ସେଥିମଧ୍ୟରୁ ୨୯୨ ମେଟ୍ରିକ୍‌ ଟନ୍‌ ଘରୋଇ ଭାବେ ରଖାଯାଇଥିଲା।
ଅପରପକ୍ଷରେ ବୈଦେଶିକ ମୁଦ୍ରା ପରିଚାଳନା ଉପରେ ସୋମବାର ପ୍ରକାଶିତ ଅର୍ଦ୍ଧ ବାର୍ଷିକ ରିପୋର୍ଟ ଅନୁଯାୟୀ, ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନା ଅଂଶ ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ୭.୩୭%ରୁ ବଢ଼ି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୮.୧୫% କୁ ବୃଦ୍ଧି ପାଇଛି। ଆମଦାନୀ କଭର ହେଉଛି ଏକ ପ୍ରମୁଖ ବାଣିଜ୍ୟସୂଚକ,ଯାହା ରିଜର୍ଭ ପର୍ଯ୍ୟାପ୍ତତାକୁ ପ୍ରତିଫଳିତ କରିଥାଏ, ଯାହା ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ସହିତ ଦୃଢ଼ ହୋଇଥିଲା। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୬୪୧ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୩ ମାର୍ଚ୍ଚ ଶେଷ ମଧ୍ୟରେ ୫୭୮ବିଲିୟନ ଡଲାରରେ ପହଞ୍ଚତ୍ଛି। ସଂରକ୍ଷଣ ପାଇଁ ସ୍ବଳ୍ପ ମିଆଦୀ ଋଣର ଅନୁପାତ (ମୂଳ ପରିପକ୍ୱତା ସହିତ) ୨୦୨୩ ସେପ୍ଟେମ୍ବର ମଧ୍ୟରେ ୨୨%ରୁ ୨୦୨୩ ଡିସେମ୍ବର ସୁଦ୍ଧା ୨୦.୩% କୁ ହ୍ରାସ ପାଇଛି। ସେହିଭଳି ଅସ୍ଥିର ପୁଞ୍ଜି ପ୍ରବାହର ଅନୁପାତ (ଏକତ୍ରିତ ପୋର୍ଟଫୋଲିଓ ପ୍ରବାହ ଏବଂ ବକେୟା ସ୍ବଳ୍ପ ମିଆଦୀ ଋଣକୁ ନେଇ) ୨୦୨୩ ସେପ୍ଟେମ୍ବର ମଧ୍ୟରେ ୭୩%ରୁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୭୦.୪% କୁ ହ୍ରାସ ପାଇଛି। ମୂଲ୍ୟ ନିର୍ଦ୍ଧାରଣ ପ୍ରଭାବକୁ ବାଦ ଦେଇ ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୩୨.୯ ବିଲିୟନ ଡଲାର ବୃଦ୍ଧି ପାଇ ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୧୪.୭ ବିଲିୟନ ଡଲାରରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri