ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି: ଏଣିକି ସରପଞ୍ଚଙ୍କୁ ୧୦ ହଜାର, ନାଏବ ସରପଞ୍ଚଙ୍କୁ….

ଭୁବନେଶ୍ବର,୧୨।୩: ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ରାଜ୍ୟ ସରକାର ମଙ୍ଗଳବାର  ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁଯାୟୀ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ୨୩୫୦ ଟଙ୍କା ମିଳୁଥିଲା ବେଳେ ଏବେ ସେମାନେ ୧୦ ହଜାର ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ୯୪୦ ଟଙ୍କା ବଦଳରେ ୪ ହଜାର ଟଙ୍କା ପାଇବେ। ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଦୈନିକ ଭତ୍ତା ୪୮୦ ଟଙ୍କାକୁ ବୃଦ୍ଧି ହୋଇଛି।

ସେହିପରି ରାଜ୍ୟ ସରକାର ଜିଲାପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଜିଲାପରିଷଦ ସଭାପତିଙ୍କୁ ଏଣିକି ମାସିକ ୩୦ ହଜାର ଟଙ୍କା ମିଳିବ।  ଜିଲାପରିଷଦ ଉପସଭାପତି ମାସିକ ୨୦ ହଜାର ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ୧୫ ହଜାର ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟମାନଙ୍କୁ ୭୫୦୦ ଟଙ୍କା ମିଳିବ।

Share