ଧାନର ଏମ୍‌ଏସ୍‌ପି ବୃଦ୍ଧି ଅର୍ଥନୀତି ପାଇଁ ଶୁଭ ସଙ୍କେତ

ଭୁବନେଶ୍ୱର,୧୪ା୬(ଅନୁରାଧା ମହାରଣା): ରାଜ୍ୟର କୃଷକମାନଙ୍କ ସଶକ୍ତୀକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ବୁଧବାର କ୍ୟାବିନେଟ୍‌ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
ସୂଚନା ଥାଉ କି, ୨୦୨୩ ଜୁନ୍‌ ମାସରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨୧୮୩କୁ ବୃଦ୍ଧି କରିଥିଲେ। ଏ-ଗ୍ରେଡ୍‌ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ତକତ୍ାଳୀନ ବିଜେଡି ସରକାର  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଆସୁଥିଲେ ମଧ୍ୟ ତାହା ଲାଗୁ ହୋଇପାରି ନ ଥିଲା। ବର୍ତ୍ତମାନ ନୂଆ ସରକାର ଗଠନର ଗୋଟିଏ ଦିନ ମଧ୍ୟରେ ଧାନର ଏମ୍‌ଏସ୍‌ପି ପ୍ରାୟ ୧୦୦୦ଟଙ୍କା ବୃଦ୍ଧି ନେଇ ଘୋଷଣା ଖବର ପ୍ରକାଶ ପରେ କୃଷକମାନଙ୍କ ମଧ୍ୟରେ ଉସତ୍ାହ ଦେଖିତ୍ବାକୁ ମିଳିଛି। ସରକାରଙ୍କ ତରଫରୁ ସବ୍‌ସିଡିରେ ବିହନ, ସାର, ଋଣ, ସମବାୟ, ବ୍ୟାଙ୍କ, ଭଣ୍ଡାରଣର ବ୍ୟବସ୍ଥା ଓ ସମୟକ୍ରମେ ସହାୟକ ମୂଲ୍ୟ ସ୍ଥିର ପାଇଁ କମିଟି ଗଠନ, ପ୍ରତିବର୍ଷ ସହାୟକ ମୂଲ୍ୟ ଘୋଷଣା ଓ ଫସଲ କ୍ରୟ, କ୍ରୟ ପାଇଁ ମଣ୍ଡି ଆଦି ପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି ଆଲୋଚନା ହେଉଛି। ଏନେଇ ଧାନଚାଷୀ, ଚାଷୀ ନେତାଙ୍କ ଠାରୁ ଆରମ୍ଭ କରି ଅର୍ଥନୀତି ବିଶେଷଜ୍ଞମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଅର୍ଥନୀତି ବିଶେଷଜ୍ଞ ଡ. ମିତାଲି ଚିନାରା କହିଛନ୍ତି, ରାଜ୍ୟର ଅର୍ଥନୀତି ସୁଦୃଢ଼ କରିବା ପାଇଁ  ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବା ନିହାତି ଆବଶ୍ୟକ। ଏମ୍‌ଏସ୍‌ପି ବୃଦ୍ଧି ନ ହେବା ଦ୍ୱାରା ଚାଷୀମାନେ ବାଧ୍ୟହୋଇ କମ୍‌ ଦରରେ ଉପତ୍ାଦିତ ଧାନ ବିକନ୍ତି। ଫଳରେ ସେମାନେ ଲାଭବାନ ହୋଇପାରନ୍ତି ନାହିଁ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅର୍ଥନୀତି ଉପରେ ହିଁ ପ୍ରଭାବ ପକାଇଥାଏ। ଏମ୍‌ଏସ୍‌ପି ବୃଦ୍ଧି ରାଜ୍ୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ। ଏହାସହ ଅନ୍ୟାନ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି; ଯେପରିକି ମଣ୍ଡିରୁ ଧାନ ଉଠିବା ନେଇ ବ୍ୟାପକ ବନ୍ଦୋବସ୍ତ। ସରକାର ଓ ଚାଷୀଙ୍କ ମଝିରେ ଯେପରି ଦଲାଲମାନଙ୍କ ହସ୍ତକ୍ଷେପ ନ ରୁହେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆବଶ୍ୟକ ସଂଖ୍ୟାରେ ଶୀତଳ ଭଣ୍ଡାର ପ୍ରସ୍ତୁତ ରଖିବା।
ସରକାରଙ୍କ ପକ୍ଷରୁ ଲାଗୁ କରାଯିବାକୁ ଥିବା ସମୃଦ୍ଧ କୃଷକ ନୀତି ଲାଗୁ କରାଯିବା ପୂର୍ବରୁ ଏସବୁ ଦିଗ ପ୍ରତି ସରକାର ଦୃଷ୍ଟି ଦେଲେ ଚାଷ ତଥା ଅର୍ଥନୀତି ସୁଦୃଢ଼ ହୋଇପାରିବ। ଧାନ ଚାଷୀ ଅକ୍ଷୟ କୁମାର ପାଣିଗ୍ରାହୀ କହିଛନ୍ତି, ନୂଆ ସରକାରଙ୍କ ଏହି ପଦକ୍ଷେପକୁ ଆମେ ସ୍ବାଗତ ଚାଷୀକୁଳ ସ୍ବାଗତ କରୁଛୁ। ମାତ୍ର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସରକାର ୧୦୦ ଦିନ ମାଗିଛନ୍ତି। ଏତେବର୍ଷର ଦାବି ପୂରଣ ପାଇଁ ସରକାର ଯେଉଁଠି ପ୍ରତିଶ୍ରୁତି ଦେଇଛନ୍ତି ଯଦି ଆଉ ୧୦୦ ଦିନ ଅପେକ୍ଷା କରିବା ବଡ଼ କଥା ନୁହେଁ। ନୂଆ ସମୃଦ୍ଧ କୃଷକ ନୀତିରେ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri