ଘରେ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ଆବେଦନ ସଂଖ୍ୟାରେ ବୃଦ୍ଧି…

ଜେରୁଜେଲମ,୧୬।୧୧ : ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲରେ ଘରେ ବନ୍ଧୁ ରଖିବା ପାଇଁ ଲାଇସେନ୍ସ ଆବେଦନ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ବନ୍ଧୁକ ଲାଇସେନ୍ସ ଚାହିଦା ବଢ଼ିବାରେ ଲାଗିଛି। ଇସ୍ରାଏଲ ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ୭ ରୁ ବନ୍ଧୁକ ଲାଇସେନ୍ସ ପାଇଁ ୨,୩୬,୦୦୦ ନୂତନ ଆବେଦନ ଗ୍ରହଣ କରାଯାଇଛି। ଗତ ୨୦ ବର୍ଷ ମଧ୍ୟରେ ମଧ୍ୟ ଏତେ ସଂଖ୍ୟକ ଆବେଦନ ଗ୍ରହଣ କରାଯାଇ ନ ଥିଲା।

ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ପାଇଁ ଗାଜାକୁ ଇନ୍ଧନ ଯୋଗାଇ ଦିଆଯାଇଛି। ଜାତିସଂଘ ପାଇଁ ପ୍ରଥମ ଥର ଲାଗି ୨୪ ହଜାର ଲିଟର ଡିଜେଲ ଗ୍ରହଣ କରାଯାଇଛି।

Share