Categories: ଜାତୀୟ

ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି: ଦର ବଢ଼ିବ

ନୂଆଦିଲ୍ଲୀ,୧୪।୨:ଭାରତର ଖୁଚୁରା ମୁଦ୍ରାସ୍ଫୀତି ଗତ ଜାନୁୟାରୀରେ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଧାର୍ଯ୍ୟ ସୀମାଠାରୁ ଯଥେଷ୍ଟ ଅଧିକ। ପୂର୍ବ ମାସରେ ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିଥିଲା। ପୂର୍ବ ମାସରେ ମୁଦ୍ରାସ୍ଫୀତି ୦.୪ ପ୍ରତିଶତ ହ୍ରାସ ପାଇଥିବାବେଳେ ଜାନୁୟାରୀରେ ଏହା ୦.୪୬ ପ୍ରତିଶତ ବୃଦ୍ଧି ପାଇଛି। ଭାରତର ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ବାସ୍କେଟ୍‌ରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢ଼ିଥିବାରୁ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଥିବା କୁହାଯାଉଛି। ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୪.୧୯ ପ୍ରତିଶତ ଥିବାବେଳେ ଜାନୁୟାରୀରେ ତାହା ୫.୯୪ରେ ପହଞ୍ଚତ୍ଛି। ଉଚ୍ଚ ମୁଦ୍ରାସ୍ଫୀତି ବୃଦ୍ଧି ଆର୍‌ବିଆଇ ସମେତ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଆସିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅନିଶ୍ଚିତତା ସାଙ୍ଗକୁ ମହାମାରୀ ପରେ ବିଶ୍ୱରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ସବୁ ସାମଗ୍ରୀର ଦରଦାମ୍‌ ଆଗକୁ ଆହୁରି ବଢ଼ିବ।

Share