Categories: ଜାତୀୟ

ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ବୃଦ୍ଧି

ନୂଆଦିଲ୍ଲୀ,୩ା୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଗୁରୁବାର କହିଛନ୍ତି। କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି। ଯେଉଁମାନଙ୍କର ଶିକ୍ଷା ପ୍ରମାଣପତ୍ରର ବୈଧତା ଏହିବର୍ଷ ଶେଷ ହୋଇଯାଇଛି ସେମାନେ ମଧ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଯୋଗ୍ୟ ହେବେ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଯେଉଁ ପ୍ରାର୍ଥୀଙ୍କ ୭ ବର୍ଷର ଅବଧି ସମାପ୍ତ ହୋଇସାରିଛି ତାଙ୍କୁ TET ସାର୍ଟିଫିକେଟ ପ୍ରଦାନ ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share