ଭୁବନେଶ୍ୱର,୨୦।୧(ବ୍ୟୁରୋ): ବୁଧବାର ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର। ଅଡିନାରି ବସ୍ ଭଡ଼ା କିଲୋମିଟର ପିଛା ୭୩ରୁ ୭୪ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା ୭୬ରୁ ୭୭ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍ ସେବା ୧୦୭ ପଇସାରୁ ୧୦୯ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏସିଡିଲକ୍ସ ୧୨୯ ପଇସାରୁ ୧୩୧ ପଇସାକୁ ବୃଦ୍ଧି ହୋଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇଥିବା କୁହାଯାଇଛି ।