ନୂଆଦିଲ୍ଲୀ,୩୦।୮: ଅର୍ଥ ମନ୍ତ୍ରଣାଳୟ ରବିବାର ଜିଏସ୍ଟି ଆମନେଷ୍ଟି ସ୍କିମ ସୀମାକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରିଛି। ମାସିକ ରିଟର୍ନ ଫାଇଲ କରିବା ବିଳମ୍ବ ଦେୟରେ ଟିକସଦାତା ଏହା ଦ୍ୱାରା କିଛିଟା ରିହାତି ପାଇବେ। ବାକି ପଡିଥିବା ଟିକସ ଦେୟ ବିଳମ୍ବରେ ପ୍ରଦାନ କ୍ଷେତ୍ରରେ ଟିକସଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତବର୍ଷ ମେ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା। ଜୁଲାଇ ୨୦୧୭ ପରଠାରୁ ଚଳିତବର୍ଷ ଏପ୍ରିଲ ଯାଏ ଯେଉଁ ଟିକସଦାତା ଜିଏସ୍ଟିଆର୍-୩ବି ପ୍ରଦାନ କରିବାକୁ ସକ୍ଷମ ହୋଇନାହାନ୍ତି ଏହାଦ୍ୱାରା ସେମାନେ ଲାଭବାନ ହୋଇପାରିବେ ବୋଲି କୁହାଯାଉଛି। ଯେଉଁ ଟିକସଦାତାଙ୍କର ଟିକସ ଲାଏବିଲିଟି ନାହିଁ ପ୍ରତି ରିଟର୍ନ ପିଛା ସେମାନଙ୍କ ଲାଗି ଦେୟ ସୀମା ୫୦୦ ଟଙ୍କା ରଖାଯାଇଛି। ସେହିଭଳି ଟିକସ ଲାଏବିଲିଟି ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ରିଟର୍ନ ପିଛା ଦେୟ ସୀମା ୧ ହଜାର ଟଙ୍କା ରଖାଯାଇଛି। ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହି ପେମେଣ୍ଟ ପ୍ରଦାନ କରିବା ଲାଗି କୁହାଯାଇଛି।