ବଢ଼ିଛି ଆତ୍ମବିଶ୍ୱାସ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଖାତନାମା ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କୁ ଆଉ କୌଣସି ପ୍ରକାର ଅଭିନୟ କରିବାକୁ ଡର ନାହିଁ। ଏକ ସାକ୍ଷାତ୍‌କାରରେ ସେ ଏ କଥା କହିଛନ୍ତି । ତେବେ ଏହା ପଛର କାରଣ ହେଉଛି ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’। ଷ୍ଟାଇଲିସ୍‌ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମରେ ସାମନ୍ଥା ଆଇଟମ୍‌ ଗୀତରେ ଡ୍ୟାନ୍ସ କରିଥିଲେ। ସବୁବେଳେ ଫିଲ୍ମରେ ସଂସ୍କାରୀ, ମଡର୍ନ ନାୟିକା ଭୂମିକାରେ ଅଭିନୟ କରୁଥିବା ସାମନ୍ଥାଙ୍କ କ୍ୟାରିୟର ପାଇଁ ଆଇଟମ୍‌ ସଙ୍ଗ ‘ଓ ଆଣ୍ଟାଭା’ ଟନର୍ିଂ ପଏଣ୍ଟ ପାଲଟିଥିବା ସେ କହିଛନ୍ତି। ଆଉ ଆଗାମୀ ଦିନରେ ସେ ଫିଲ୍ମରେ ସବୁପ୍ରକାର ଅଭିନୟ କରିପାରିବେ ବୋଲି କହିଛନ୍ତି। ଏହି ଆଇଟମ୍‌ ସଙ୍ଗ କରିବା ପାଇଁ ସେ ଅମଙ୍ଗ ହୋଇଥିବାବେଳେ ଅଲୁ ଅର୍ଜୁନ ତାଙ୍କୁ ବହୁ ବୁଝାଶୁଝା କଲାପରେ ସେ ଏହି ଗୀତ କରିବା ପାଇଁ ରାଜି ହୋଇଥିଲେ। ଗୀତ ପାଇଁ ଏବେବି ଲୋକେ ତାଙ୍କୁ ପ୍ରଶଂସା କରୁଥିବା ସେ କହିଛନ୍ତି।
ନିକଟରେ ପିକକ୍‌ ମାଗାଜିନ୍‌ର କଭର ଗର୍ଲ ସାଜିଛନ୍ତି ସାମନ୍ଥା। ଆଗାମୀ ଦିନରେ ସାମନ୍ଥାଙ୍କ ଦ୍ୱାରା ଅଭିନୀତ ସାଇନ୍ସ ଫ୍ରିକ୍ସନ ଥ୍ରିଲର ଫିଲ୍ମ ଯଶୋଦା ରିଲିଜ୍‌ ହେବାର ଅଛି। ସାମନ୍ଥା ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହରି ଶଙ୍କର ଏବଂ ହରିଶ ନାରାୟଣ।

Share