ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟର ଶ୍ରମିକଗୋଷ୍ଠୀଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ରାଜ୍ୟ ସର୍ବନିମ୍ନ ମଜୁରି ଉପଦେଷ୍ଟା ବୋର୍ଡର ୫୨ତମ ବୈଠକରେ କରାଯାଇଥିବା ସୁପାରିସକ୍ରମେ ସରକାର ସମସ୍ତ ୮୯ଟି ସିଡ୍ୟୁଲ୍‌ ସଂସ୍ଥାରେ କାର୍ଯ୍ୟକରୁଥିବା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତାରେ ସଂଶୋଧନ ଆଣିଛନ୍ତି। ଅକ୍ଟୋବର ପହିଲାରୁ ସେମାନେ ମହଙ୍ଗାଭତ୍ତା ବାବଦକୁ ଦୈନିକ ୪ଟଙ୍କା ୬୫ ପଇସା ଅଧିକ ପାଇବେ। ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଦୈନିକ ମଜୁରିରେ ସ୍ବତନ୍ତ୍ର ଭତ୍ତା ବା ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ବାବଦରେ ଏହି ବର୍ଦ୍ଧିତ ମଜୁରି ବୋଲି ଶ୍ରମ କମିଶନର ଡ. ଏନ୍‌. ଥିରୁମାଲା ନାଏକ ସୂଚନା ଦେଇଛନ୍ତି। ଏହି ବର୍ଦ୍ଧିତ ମହଙ୍ଗାଭତ୍ତା ଲାଗୁ ପରେ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରି ୩୦୮ ଟଙ୍କା ହୋଇଥିବାବେଳେ ଅର୍ଦ୍ଧ କୁଶଳୀଙ୍କ ମଜୁରି ୩୪୮ ଟଙ୍କା, କୁଶଳୀ ଶ୍ରମିକଙ୍କ ୩୯୮ ଟଙ୍କା ଏବଂ ଉଚ୍ଚ କୁଶଳୀଙ୍କ ମଜୁରି ୪୫୮ ଟଙ୍କା ହୋଇଛି।

Share