Posted inଜାତୀୟ

ପରିବହନ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁ ବର୍ଦ୍ଧିତ ମହଙ୍ଗା ଭତ୍ତା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚେନ୍ନାଇ, ୨୪।୯ : ବର୍ତ୍ତମାନ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଅବସରପ୍ରାପ୍ତ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ଏବଂ ତାମିଲନାଡୁ ରାଜ୍ୟ ପରିବହନ ନିଗମ କର୍ମଚାରୀ ପେନସନ ପାଣ୍ଠି ଟ୍ରଷ୍ଟର ପ୍ରଶାସକଙ୍କୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପରିବହନ ନିଗମର ୮୬ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚଳିତ ବର୍ଷ ନଭେମ୍ବରରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ହଜାର ହଜାର ବସ ସାରା ରାଜ୍ୟରେ ପରିବହନ ନିଗମ ଦ୍ୱାରା ପରିଚାଳିତ ହେଉଛି। କର୍ପୋରେଶନ କର୍ମଚାରୀଙ୍କୁ ଦୁଃଖଦ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ସରକାର ମଧ୍ୟ ଅନେକ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ତଥାପି ସେମାନଙ୍କ ସ୍ଥିତିରେ ସୁଧାର ଆସୂନାହିଁ।

ରାଜ୍ୟ ପରିବହନ ଏବଂ ପରିବହନ ନିଗମ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ଏକ ଅବମାନନା ଆବେଦନ ପରେ ଦାଖଲ ହୋଇଥିବା ଏକ ଉପ-ଆବେଦନା ବିଚାର କରି ଜଷ୍ଟିସ ଜେ ସତ୍ୟ ନାରାୟଣ ପ୍ରସାଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ରାଜ୍ୟ ପରିବହନ ଏବଂ ପରିବହନ ନିଗମ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ୨୦୧୪ରେ ଦାଖଲ ହୋଇଥିବା ମାମଲାର ବିଚାର କରିବାକୁ ଅନୁରୋଧ କରିଥିଲା।

ଏହି ମାମଲାର ଶୁଣାଣି ସମୟରେ ଯେତେବେଳେ ଜଷ୍ଟିସ ଜେ ସତ୍ୟ ନାରାୟଣ ପ୍ରସାଦ ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କୁ ପଚାରିଥିଲେ ଯେ ଅନ୍ୟ ବିଭାଗର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦିଆଯାଉଛି କି ନାହିଁ, ସେ ହଁ ବୋଲି ଉତ୍ତର ଦେଇଥିଲେ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଭେଦଭାବସମ୍ବିଧାନର ଧାରା ୧୪ କୁ ଉଲ୍ଲଂଘନ କରୁଛି।

ସେ କହିଛନ୍ତି ଯେ ବର୍ଦ୍ଧିତ ମହଙ୍ଗା ଭତ୍ତା ଦେୟକୁ ନେଇ ରାଜ୍ୟ ପରିବହନ ନିଗମର ପେନସନ ଭୋଗୀଙ୍କୁ ଭେଦଭାବ କରାଯାଉଛି। ସେ କହିଛନ୍ତି ଯେ ପେନସନଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତାରୁ ବଞ୍ଚିତ କରିବା ସେମାନଙ୍କର ଆର୍ଥିକ ଅସୁବିଧା ାର ଏକ କାରଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ ତାମିଲନାଡୁର ରାଜ୍ୟ ପରିବହନ ନିଗମ ତୁଳନାରେ ଅନ୍ୟ ବିଭାଗରେ କର୍ମଚାରୀଙ୍କ ସଂଖ୍ୟା ବହୁତ କମ ଅଟେ। ନିଗମରେ ୬୬ ହଜାର ପେନସନଭୋଗୀ ଏବଂ ୨୦ ହଜାର ପରିବାର ପେନସନଭୋଗୀ ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ମାସିକ ଟର୍ମିନାଲ ଖର୍ଚ୍ଚ ପ୍ରାୟ ୮୧ କୋଟି ଟଙ୍କା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ଅନୁସାରେ ବାଧ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri