କରୋନା ପ୍ରକୋପ ଭିତରେ ଚାଇନାରେ ବଢୁଛି ଭାରତୀୟ ଜେନେରିକ ମେଡିସିନର ଚାହିଦା

ବେଜିଂ,୯ ।୧: ଭାରତର ଜେନେରିକ ମେଡିସିନକୁ ନେଇ କେନ୍ଦ୍ର ସରକାର ବହୁତ ଅଭିଯାନ ଚଲାଇଛନ୍ତି । ଫଳରେ ଏବେ ଦେଶରେ ଜେନେରିକ ମେଡିସିନର ଚାହିଦା ବଢିଯାଉଛି । ହେଲେ ଏବେ ଭାରତୀୟ ଔଷଧର ଚାହିଦା ବିଦେଶରେ ବି ଦେଖାଦେଲାଣି । ଏବେ କରୋନାର ପ୍ରକୋପରେ ଚାଇନା ଉବୁଟୁବୁ ହେଉଥିବା ବେଳେ ଚାଇନାରେ ଭାରତୀୟ ଜେନେରିକ ମେଡସିନର ଚାହିଦା ବଢିବାରେ ଲାଗିଛି । ଏହାକୁ ନେଇ ଚାଇନା ବିଶେଷଜ୍ଞମାନେ କହିଛନ୍ତି କି ଏହି ଔଷଧର ନକଲି ସଂସ୍କରଣ ବଜାରରେ ମିଳୁଛି । ହେଲେ ଜେନେରିକ ମେଡିସିନରେ ଭାରତ ଭରସାଯୋଗ୍ୟ ।
ଚାଇନାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଶାସନ ରବିବାର କହିଛି, ଫାଇଜରର ପେକ୍ସଲୋଭିଡ ଓରାଲ ମେଡିସିନକୁ ନେଇ ଲୋକଙ୍କୁ ସାବଧାନ କରାଯାଇଛି । ଏହି ଔଷଧର ବ୍ୟବହାର କୋଭିଡ-୧୯ ସଂକ୍ରମଣକୁ ଠିକ୍ କରିବାକୁ କରାଯାଉଛି । ଏହି ଔଷଧକୁ ବେସିକ ଚିକିତ୍ସାବୀମାରେ ମେଡିସିନର ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ, କାରଣ ଏହି ଔଷଧର ମୂଲ୍ୟ ଫାଇଜର ଦ୍ୱାରା ବହୁତ ଅଧିକ ରଖାଯାଇଛି ।

Share