ବିଜୁଳି ଦରରେ ଲାଗୁନି ଲଗାମ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ

ଇସଲାମବାଦ,୧।୯:ପାକିସ୍ତାନରେ ଘନେଇଲାଣି ବିଦ୍ୟୁତ ସଙ୍କଟ। ଏହି ପ୍ରସଙ୍ଗରେ ଲୋକମାନେ ବହୁ ଆଗରୁ ଲଗାତାର ବିରୋଧ କରିଆସୁଛନ୍ତି। ବର୍ଦ୍ଧିତ ହାରକୁ ସରକାର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।  ଦେଶର ବ୍ୟବସାୟୀମାନେ ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଛନ୍ତି। ଯେଉଁମାନେ ପୂର୍ବରୁ ବର୍ଦ୍ଧିତ ଦରର ସମ୍ମୁଖୀନ ହେଉଛନ୍ତି, ସେମାନେ ତାତି କରି ଅଛନ୍ତି। ବର୍ଦ୍ଧିତ ଦର ପ୍ରସଙ୍ଗ ବିକ୍ଷୋଭରେ ରହୀମ ୟାର ଖାନ, ବାହାଲପୁର, କ୍ୱେଟା, ଭେହେରୀ ଏବଂ ପେଶୱାର ସମେତ ବିଭିନ୍ନ ସହରରେ ଟ୍ରେଡ ୟୁନିଅନମାନେ ଅଂଶଗ୍ରହଣ କରିଥିଲେ।
ଜାରି ରହିଥିବା ବିରୋଧକୁ ଦୃଷ୍ଟିରେ ରଖି କାର୍ଯ୍ୟର୍ନିବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ସରକାର ରିଲିଫ ଯୋଗାଇବାର ସମ୍ଭାବନା ଉପରେ ଦୃଷ୍ଟି ଦେବେ। ଏଥି ସହିତ କାର୍ଯ୍ୟକାରୀ ଅର୍ଥମନ୍ତ୍ରୀ ଶ୍ୟାମସାଦ ଅଖତର ବୁଧବାର ଦିନ ସିନେଟରମାନଙ୍କୁ କହିଛନ୍ତି ଯେ ଆଇଏମଏଫ ଚୁକ୍ତି ହେତୁ ବଜେଟ ସ୍ଥିତି ଏତେ କଡାକଡି ହୋଇଛି ଯେ ଆକାଶଛୁଆଁ ବିଦ୍ୟୁତ୍ ହାରକୁ ସବସିଡି ଦେବାକୁ ଟଙ୍କା ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନରେ ବିଦ୍ୟୁତ ହାର ବୃଦ୍ଧି ବିରୋଧରେ ବିରୋଧ କରୁଥିବା ୩୦୦ଜଣଙ୍କ ମଧ୍ୟରୁ ୧୫୮ଜଣଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର୍‌ ରୁଜୁ କରିଛି। ଦେଶରେ ୟୁନିଟ ପିଛା ବିଦ୍ୟୁତ ଦର ୫୦ଟଙ୍କା ଅତିକ୍ରମ କରିଛି।

Share