ବରୀ,୧୬।୯: ଅନୁଗୋଳ ଜିଲାସ୍ଥିତ ରେଙ୍ଗାଲୀ ଡ୍ୟାମ୍ର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ନିଷ୍କାସିତ ବନ୍ୟା ୩୬ ଘଣ୍ଚା ମଧ୍ୟରେ ଜଳ ଯାଜପୁର ଜିଲା ବରୀ ବ୍ଲକରେ ପହଞ୍ଚିବ । ଏହା ଯୋଗୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ଘଟି ଯାଜପୁର ଜିଲା ବରୀରେ ପୁଣି ଥରେ ମଧ୍ୟମ ଧରଣର ବନ୍ୟା ଆସବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ, ଜେନାପୁର ଠାରେ ଜଳସ୍ତର ବିପଦ ସଙ୍କେତ(୬୭.୦୦ଫୁଟ)ଥିବା ବେଳେ ବର୍ତ୍ତମାନ ବହୁ ତଳ (୬୦.୭୦ଫୁଟ) ରେ ପ୍ରବାହିତ ହେଉଛି। ଏହାର ପ୍ରଭାବ ଯାଜପୁରକୁ କମ ରହିବ ବୋଲି ରେଙ୍ଗାଲି ଡ୍ୟାମର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅଜିତ କୁମାର ଜେନା ଧରିତ୍ରୀକୁ ସୂଚନା ଦେଇଛନ୍ତି।