Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ ଫଳାଫଳ: କରୋନା ପାଇଁ ବଢିଛି ଇଭିଏମ୍ ସଂଖ୍ୟା, ବିଳମ୍ବରେ ଆସିବ ଚୁଡାନ୍ତ ଫଳାଫଳ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏନ୍‌ଡିଏ ବିଜୟୀ ହେବ ବୋଲି ଅନୁମାନ ଲଗାଯାଇଛି । ଏହାସହ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଲାଣି । କାରଣ ଏବେ ଏନ୍‌ଡିଏ ମହାମେଣ୍ଟଠାରୁ ୨୦ରୁ ଊର୍ଦ୍ଧ୍ୱ ଆସନରେ ଆଗରେ ରହିଛି । ହେଲେ ଏହାକୁ ନେଇ ନିର୍ବାଚନ କମିଶନ କହିଛନ୍ତି ବିହାର ବିଧାନସଭାର ଫଳାଫଳକୁ ନେଇ ଏତେଶୀଘ୍ର ଅନୁମାନ ଲଗାଇବା ଠିକ୍ ନୁହେଁ । କାରଣ ଫଳ କିଛି ବି ହୋଇପାରେ । ପୂର୍ବରୁ ନିର୍ବାଚନ ସମୟରେ ୨୫-୨୬ରାଉଣ୍ଡ ଗଣତି ହେଉଥିବା ବେଳେ ଏବେ ଏହାପ୍ରାୟ ୩୫ ରାଉଣ୍ଡ ହେବ । ଏହାର ମୁଖ୍ୟ କାରଣ ହେଉଛି କରୋନା ମହାମାରୀ । କାରଣ କରୋନା ଯୋଗୁ ଅଧିକ ପୋଲିଂ ବୁଥ କରିବାକୁ ପଡିଛି ଓ ଅଧିକ ଇଭିଏମ୍ ବ୍ୟବହାର କରାଯାଇଛି । ତେଣୁ ଗଣତିରେ ବିଳମ୍ବ ନୁହେଁ ବରଂ ଇଭିଏମ୍ ସଂଖ୍ୟା ଅଧିକ ଥିବାରୁ ଏଥର ୩୫ ରାଉଣ୍ଡ ଗଣତି କରାଯାଇ ପାରେ । ତେଣୁ ଫଳାଫଳ ଆସିବାକୁ ବିଳମ୍ବିତ ରାତି ବି ହୋଇପାରେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏବେଠାରୁ ବିଜୟ ପରାଜୟକୁ ନେଇ ଅନୁମାନ ଲଗାଇବା ଠିକ୍ ହେବ ନାହିଁ ।

Share