Categories: ଜାତୀୟ

ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୫।୩: ଟ୍ରେନ୍‌ ପ୍ଲାଟଫର୍ମ ଟିକେଟ୍‌ ଦାମ ବୃଦ୍ଧି ପାଇଛି। ରେଲଓ୍ବେ ପ୍ଲାଟଫର୍ମ ଟିକେଟ୍‌ ଦାମ ୩ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍‌ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏବେ ୩୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ, ଆଜିଠାରୁ ଦିଲ୍ଲୀର ସମସ୍ତ ରେଳ ଷ୍ଟେଶନରେ ପ୍ଲାଟଫର୍ମ ଟିକେଟ ଉପଲବ୍ଧ ହେବା ଆରମ୍ଭ ହୋଇଛି। ସେହିପରି ପ୍ଲାଟଫର୍ମରେ ଭିଡକୁ ରୋକିବା ପାଇଁ କେନ୍ଦ୍ରୀୟ ରେଳବାଇ କେତେକ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ଭଡା ୫ ଗୁଣ ବୃଦ୍ଧି କରିଛି।

Share