ଘନେଇଲା ବିପଦ, ଓମିକ୍ରନ୍‌ ସଂକ୍ରମଣକୁ ରୋକି ହେବ ନାହିଁ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ସଂକ୍ରମଣକୁ ରୋକି ହେବ ନାହିଁ। ଏହା ପ୍ରତି ୨ ଦିନରେ ଦୁଇଗୁଣା ହେବାରେ ଲାଗିଛି। ଏନେଇ କେରଳର କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ ଡାକ୍ତର ଡି.ଏସ୍‌. ଅନିସ ଏଭଳି ସୂଚନା ଦେଇଛନ୍ତି।

ଡାକ୍ତର ଅନିସ କହିଛନ୍ତି, ଗ୍ଲୋବାଲ ଟ୍ରେଣ୍ଡ ଦର୍ଶାଉଛି ଯେ ଓମିକ୍ରନ ମାମଲା ୨-୩ ସପ୍ତାହରେ ୧୦୦୦ରେ ପହଞ୍ଚୁଛି। ଏଭଳି ଧାରା ଜାରି ରହିଲେ ୨ ମାସ ମଧ୍ୟରେ ଏହା ଏକ ମିଲିୟନ୍‌ରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଭାରତରେ ଏହି ସଂକ୍ରମଣର ବିସ୍ଫୋରଣକୁ ରୋକିବା ପାଇଁ ଆମ ପାଖରେ ଏକ ମାସରୁ ଅଧିକ ସମୟ ନାହିଁ। ଆମକୁ ଏହାକୁ ରୋକିବା ପାଇଁ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

ତେବେ ଭାରତ ଭଳି ଦେଶରେ ଓମିକ୍ରନର ସଂକ୍ରମଣ ବୃଦ୍ଧିକୁ ରୋକିବାର ସମ୍ଭାବନା ବହୁତ କମ୍‌। ବହୁ ରାଜ୍ୟରେ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ପ୍ରତିବନ୍ଧକ ମଧ୍ୟ ଫେରିବା ଆରମ୍ଭ କରିଛି। ଦେଶର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ କେନ୍ଦ୍ର ସରକାର ମଧ୍ୟ ଚିନ୍ତା କରୁଛନ୍ତି।

ବୁଷ୍ଟର୍‌ ଡୋଜ ଦେବା ଉପରେ ଏକ ଅଧ୍ୟୟନ କରିବା ପାଇଁ ଟ୍ରାନ୍ସଲେଶନାଲ ହେଲଥ୍‌ ସାଇନ୍ସ୍‌ ଆଣ୍ଡ ଟୋକ୍ନୋଲୋଜି ଇନଷ୍ଟିଚ୍ୟୁଟ୍‌କୁ ଦାୟିତ୍ୱ ଦିଆଯାଇଛି। ଏହା ଦେଶର ଲୋକମାନଙ୍କୁ ଅତିରିକ୍ତ ଟିକା ଦରକାର କି ନାହିଁ ତାହା ପ୍ରାୟ ୩୦୦୦ ଲୋକଙ୍କୁ ବୁଷ୍ଟର୍‌ ଡୋଜ ଦେଇ ଅନୁସନ୍ଧାନ କରିବ।

 

Share