ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଅସମୟରେ ଅନେକ ରୋଗ ଆମକୁ କବଳିତ କରେ। ଏଥିରୁ ମୁକ୍ତି ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରୀ ଅଟେ।
ମୂଳା:
ମୂଳା ଶରୀରକୁ ଜଙ୍କ୍ଫୁଡ୍ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ। କାରଣ ଏଥିରେ ଅଧିକ ପରିମାଣର ଫାଇବର ଥାଏ, ଯାହା ଓଜନକୁ ନିୟନ୍ତ୍ରଣରେ ରଖେ। ଏହା ବ୍ୟତୀତ ଏଥିରେ ପର୍ଯ୍ୟାପ୍ତ ପରିମାଣର ଜଳ ମଧ୍ୟ ଅଛି। ଏହାକୁ ସାଲାଡ୍ କିମ୍ବା ପନିପରିବା ଭାବରେ ଖାଇପାରିବେ।
ଗାଜର:
ଗାଜର ସାଲାଡ୍ ଆକାରରେ ଖିଆଯାଏ। ଅନେକେ ଏହାର ଜୁସ୍କୁ ପସନ୍ଦ କରନ୍ତି। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି, ସେମାନେ ଏହାକୁ ଭାଜି କିମ୍ବା ସିଝାଇ ଖାଇବା ଉଚିତ୍। ଏହା ପୋଷକତତ୍ତ୍ୱରେ ଭରପୂର। ଯାହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ।
ବିଟ୍:
ବିଟ୍ରେ ଆଇରନ ଥାଏ। ଏହା ଶରୀରରେ ରକ୍ତ ଅଭାବକୁ ମଧ୍ୟ ଦୂର କରିଥାଏ। ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଏ। ଟମୋଟୋକୁ ସାଲାଡ୍ ଭାବରେ ଖାଇ ପାରିବେ। ଏଥିରେ ପୋଟାସିୟମ, ଫଲିକ୍ ଏସିଡ ଏବଂ ଫାଇବର ଅଧିକ ପରିମାଣରେ ଥାଏ।
କୋବି:
ଶୀତଦିନେ ସାଧାରଣତଃ ଖାଉଥିବା ପନିପରିବା ମଧ୍ୟରୁ କୋବି ହେଉଛି ଅନ୍ୟତମ। ଯଦି ଓଜନ ହ୍ରାସ କରିବାକୁ ଚାହାନ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହାନ୍ତି, ତେବେ ଏହାକୁ ଖାଦ୍ୟର ସାମିଲ କରନ୍ତୁ। ଏଥିରେ ଭିଟାମିନ ସି ମଧ୍ୟ ଥାଏ।ଏହା ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।