Advertisement

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଚର୍ବି ସହ ମିଶି ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ତେଣୁ ପ୍ରତିଦିନ କିଛି ପରିମାଣର ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇବା ଦରକାର। ଏପରି ଖାଦ୍ୟ ଶରୀରରେ କୋଲେଷ୍ଟରଲ ପରିମାରଣକୁ ମଧ୍ୟ ସନ୍ତୁଳିତ ରଖିଥାଏ। ଭିଟାମିନ୍‌ ‘ଇ’ ଶରୀରରେ ଲାଲ ରକ୍ତ କୋଷିକା ତିଆରି କରିଥାଏ। ଶରୀରରେ ଭିଟାମିନ୍‌ ‘ଇ’ ପରିମାଣ ସନ୍ତୁଳିତ ରହିଲେ ତାହା ମାନସିକ ଅବସାଦ ପରି ସମସ୍ୟାକୁ ଅନେକାଂଶରେ ଦୂରେଇ ରଖିଥାଏ। ତେବେ ଭିଟାମିନ୍‌ ‘ଇ’ଯୁକ୍ତ ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ସେଓ, ଟମାଟୋ, ଅମୃତଭଣ୍ଡାରେ ଭିଟାମିନ୍‌ ‘ଇ’ ଭରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel