ଚିନ୍ତା ବଢ଼ାଉଛି ସୀମାନ୍ତବର୍ତ୍ତୀ ୩ ଜିଲା: ସ୍ଥିତି ସମୀକ୍ଷା ପାଇଁ ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର,୨।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏ ନେଇ ପୋଲିସ ଡିଜି ଅଭୟ ସୀମାନ୍ତବର୍ତ୍ତୀ ୩ଟି ଜିଲା ଗସ୍ତରେ ଯାଇ କୋଭିଡ୍‌ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ରାଉରକେଲାଠାରେ ପହଞ୍ଚି ସୁନ୍ଦରଗଡ଼ ଜିଲା ଓ ରାଉରକେଲାରେ କୋଭିଡ୍‌ ସ୍ଥିତି ଓ ପୋଲିସ ଏନଫୋର୍ସମେଣ୍ଟ ଉପରେ ଅନୁଧ୍ୟାନ କରିଛନ୍ତି । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଆଇନ ଶୃଙ୍ଖଳା ଏଡିଜି, ସୁନ୍ଦରଗଡ଼ ଓ ରାଉରକେଲା ଏସ୍‌ପି ମଧ୍ୟ ଉପସ୍ଥିତ ରହିଛନ୍ତି। ପରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ କୋଭିଡ ମୁକାବିଲା ଓ ପରିଚାଳନାରେ ପୋଲିସ କାର୍ଯ୍ୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

 

Share