ଆମାଜନ.ଇନ୍‌ରେ ଗ୍ରାହକଙ୍କ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ.ଇନ୍‌ରେ ‘ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ (ଏଜିଆଇଏଫ୍‌)-୨୦୨୨’ ବର୍ତ୍ତମାନ ସକ୍ରିୟ ରହିଛି। ଏଥିରେ ବିଭିନ୍ନ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ରହିଛି। ଏହା ମାଧ୍ୟମରେ କମ୍ପାନୀ ସାରା ଦେଶରେ ରହିଥିବା ଏହାର କୋଟି କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚତ୍ପାରିଛି। ତେବେ ଚଳିତ ବର୍ଷ ପାର୍ବଣରେ ଭୁବନେଶ୍ୱରର ଗ୍ରାହକଙ୍କ ମଧ୍ୟରେ ‘ରେଡି ମିଲ୍ସ’ରେ ୫ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ଏହା ସହିତ ଗତ ବର୍ଷ ତୁଳନାରେ ଚକୋଲେଟ୍‌ରେ ୨ଗୁଣା, ପୁରୁଷ ଗ୍ରୁମିଙ୍ଗ ଉତ୍ପାଦରେ ୪ଗୁଣା ଏବଂ କ୍ଲିନିଂ ଯୋଗାଣ ସାମଗ୍ରୀରେ ୨.୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆମାଜନ ଇଣ୍ଡିଆର ଇନ୍‌-କଞ୍ଜ୍ୟୁମେବଲ୍‌ ନିର୍ଦ୍ଦେଶକ ନିଶାନ୍ତ ରମଣ କହିଛନ୍ତି, ଆମାଜନ ଇଣ୍ଡିଆ ଏହି ମାର୍କେଟ ପ୍ଲେସ୍‌ରେ ସେଲରମାନଙ୍କୁ, ସାରା ଭାରତର ଗ୍ରାହକଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଅତୁଳନୀୟ ମୂଲ୍ୟରେ ବ୍ୟାପକଶ୍ରେଣୀୟ ଉତ୍ପାଦ ଯୋଗାଇଦେବା ଲାଗି ସହାୟତା କରୁଛି। ଚଳିତ ପାର୍ବଣରେ ଆମେ ଟିୟର-୨ ଓ ଟିୟର-୩ ସହରରୁ ୮୦%ରୁ ଅଧିକ ବୃଦ୍ଧି ପରିଲକ୍ଷିତ କରିଛୁ। ସେହିଭଳି ରେଡି-ଟୁ-ଇଟ୍‌ ମିଲ୍ସ,ଚକୋଲେଟ, ଗ୍ରୁମିଂ, ହାଇଜିନ ଉତ୍ପାଦ, ପେଟ୍‌, ବେବି ଏବଂ ଲଣ୍ଡ୍ରି ଉପକରଣ ଏବଂ ଅନ୍ୟାନ୍ୟ ବର୍ଗରେ ଶପିଂ କ୍ଷେତ୍ରରେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ୨ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ଆମେ ଆମର ସେଲର, ବ୍ରାଣ୍ଡ୍‌ ଏବଂ ଗ୍ରାହକମାନଙ୍କୁ ଏହି ଅବସରରେ ସହାୟତା ପ୍ରଦାନ କରୁଛୁ, ଯଦ୍ଦ୍ବାରା ଦଶହରା, ଧନତେରସ ଓ ଦୀପାବଳିର ପାର୍ବଣ ଆହୁରି ଆନନ୍ଦଦାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Post Office ର ଏହି ଯୋଜନାରେ ୧୦୦୦ଟଙ୍କା କରନ୍ତୁ ନିବେଶ, ଡବଲ ହେବ ଟଙ୍କା, ୧୦ବର୍ଷ ବୟସର ପିଲା ବି ଖୋଲିପାରିବେ ଆକାଉଣ୍ଟ

ନୂଆଦିଲ୍ଲୀ,୨୩।୧: ଆଜିକାଲି ନିବେଶ ପାଇଁ ଅନେକ ବିକଳ୍ପ ଉପଲବ୍ଧ, କିନ୍ତୁ ଅଧିକାଂଶ ବିକଳ୍ପରେ ବିପଦ ରହିଛି। ଏପରି ପରିସ୍ଥିତିରେ, ଯେଉଁମାନେ ନିଜ ନିବେଶ ଉପରେ ୧୦୦ପ୍ରତିଶତ...

ଟ୍ୟାକ୍ସ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): ଫେବୃଆରୀ ପହିଲାରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ଏବଂ ଏଥର ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ଏବଂ ନୂତନ ଟିକସ ବ୍ୟବସ୍ଥା...

ଇପିଏଫ୍‌ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): କର୍ମଚାରୀଙ୍କ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ନଭେମ୍ବର ୨୦୨୪ ପାଇଁ ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ...

ମୁଥୁଟ୍‌ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍‌ ଫାଇନାନ୍ସ ପକ୍ଷରୁ...

୩ୟ ତ୍ରୈମାସରେ ୬୩୯ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୨।୧(ଅଭୟ ଦାଶ): ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏପରିକି ୨୦୨୪ ଡିସେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଚଳିତ...

ବଜେଟ ପୂର୍ବବର୍ତ୍ତୀ ସମୟ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ:ହଂସ

ଭୁବନେଶ୍ୱର,୨୨।୧: ଚଳିତ ବର୍ଷ ଫେବୃଆରୀରେ ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ସମୟର ସରକାର ସୁନା ଉପରେ ସୀମାଶୁଳ୍କ ବଢ଼ାଇପାରନ୍ତି। ଏପରିକି...

ଆର୍ଥିକ ଏକୀକରଣ ଉପରେ ଧ୍ୟାନଦେବା ଆବଶ୍ୟକ

ଭୁବନେଶ୍ୱର,୨୨ା୧(ଅନୁରାଧା ମହାରଣା): ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟରେ ଉପଭୋକ୍ତା ଚାହିଦା ଏବଂ ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତକରି ଆର୍ଥିକ ଏକୀକରଣ ଢାଞ୍ଚା ଉପରେ ଧ୍ୟାନଦେବା ଆବଶ୍ୟକ...

ପୁଞ୍ଜିବଜାରରେ ଟ୍ରମ୍ପ୍‌ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image