ନୂଆଦିଲ୍ଲୀ, ୩୧।୫ : ଧୂମପାନ ବୟସ ୨୧କୁ ବୃଦ୍ଧି ହେଉ। ଏହା ସହିତ ଖୋଲା ସିଗାରେଟ୍ ବିକ୍ରିକୁ ନିଷେଧ କରାଯାଉ। ଏନେଇ ଏକ ଜନସ୍ବାର୍ଥ ମାମଲା ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ଆଇନଜୀବୀ ଶୁଭମ ଅଓ୍ବସ୍ତି ଏବଂ ଋଷି ମିଶ୍ରଙ୍କ ପକ୍ଷରୁ ଏହି ପିଟିଶନ ଦାଖଲ କରାଯାଇ ଏ ସମ୍ପର୍କିତ ସରକାରୀ ମାର୍ଗଦର୍ଶିକା ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଶୀର୍ଷ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ଦେଶର ଯୁବବର୍ଗ ଏବଂ ବିଶେଷ କରି କିଶୋରଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଧୂମପାନ ଅଭ୍ୟାସ ନେଇ ପିଟିଶନରେ କ୍ଷୋଭ ପ୍ରକାଶ ହୋଇଛି। ସାମ୍ବିଧାନିକ ଧାରା ୩୨ ଅନ୍ତର୍ଗତ ସରକାର ଧୂମପାନ ନେଇ କେନ୍ଦ୍ର ସରକାରଙ୍କୁ ମାର୍ଗଦର୍ଶିକା ଜାରି କରିବାକୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଉଲ୍ଲେଖ କରାଯାଇଛି।