Categories: ବାଣିଜ୍ୟ

ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ସୀମା ବୃଦ୍ଧି

ନୂଆଦିଲ୍ଲୀ,୧୨।୯: ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରି ନ ଥିବାରୁ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ପକ୍ଷରୁ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସୀମାକୁ ୨୦୨୧ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଯୋଜନାର ଲାଭ ୨୦୨୧ ଜୁନ ମାସ ଯାଏ ଉପଲବ୍ଧ ଥିଲା। ମାତ୍ର ବର୍ତ୍ତମାନ ୨୦୨୧ ଜୁଲାଇ ପହିଲାରୁ ୨୦୨୨ ଜୁନ ଯାଏ ଏହି ଯୋଜନାର ଲାଭ ନେଇ ହେବ। ଅଦ୍ୟାବଧି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହୋଇଛନ୍ତି। ବେରୋଜଗାର ଥିବା ବ୍ୟକ୍ତି ୩ ମାସ ଲାଗି ଭତ୍ତା ପାଇବାକୁ ସକ୍ଷମ ହେବେ। ୩ ମାସ ହାରାହାରି ବେତନର ୫୦% କ୍ଲେମ କରାଯାଇପାରିବ। ବେରୋଜଗାର ହେବାର ୩୦ ଦିନ ପରେ ଏହି ଯୋଜନାର ଲାଭ ଉଠାଇ ହେବ। ବ୍ୟକ୍ତିବିଶେଷଙ୍କୁ ମାତ୍ର ଥରୁଟିଏ ଏହି ଯୋଜନାର ଲାଭ ମିଳିପାରିବ। ଯେଉଁ ବ୍ୟକ୍ତିବିଶେଷ ୨୧ ହଜାର ଟଙ୍କା ଯାଏ ବେତନ ଲାଭ କରୁଛନ୍ତି ସେମାନେ ଏଥିଲାଗି ଯୋଗ୍ୟ ବିବେଚିତ ହେବେ। ଦିବ୍ୟାଙ୍ଗଙ୍କ ଲାଗି ଏହି ସୀମା ୨୫ ହଜାର ଟଙ୍କା ରହିଛି।

Share