Categories: ଖେଳ

ଭାରତ ପାଇଁ ‘କର ବା ମର’ ମ୍ୟାଚ୍‌

ବିଶାଖାପଟନମ୍‌,୧୪।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ବିଶାଖାପଟନମ୍‌ରେ ଖେଳାଯିବ। ଆଜି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୭ ଉଇକେଟ ଏବଂ ଦ୍ୱିତୀୟ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ ହୋଇଛି। ଫଳରେ ଦକ୍ଷିଣ ଆଫ୍ରିକା ସିରିଜରେ ୨-୦ରେ ଆଗୁଆ ରହିଛି।
ଏଭଳି ପରିସ୍ଥିତିରେ ଭାରତ ପାଇଁ ତୃତୀୟ ଟି -୨୦ ମ୍ୟାଚ ହେଉଛି ଏକ ‘କର ବା ମର’ ମ୍ୟାଚ। ଏହି ମ୍ୟାଚରେ ପରାଜୟ ସହିତ ଟିମ ଇଣ୍ଡିଆ ଟି -୨୦ ସିରିଜ ହରାଇବ। ଏବେ ସିରିଜ ଜିତିବା ପାଇଁ ଭାରତକୁ ଲଗାତର ତିନୋଟି ମ୍ୟାଚ ଜିତିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ତୃତୀୟ ଟି-୨୦ ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Share