Categories: ଖେଳ

ପ୍ରଥମ ଟି -୨୦ରେ ଆଫଗାନିସ୍ତାନକୁ ୬ ଉଇକେଟ୍‌ରେ ହରାଇଲା ଭାରତ

ମୋହାଲି,୧୧।୧: ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍‌ରେ ବିଜୟୀ ହୋଇଛି। ଭାରତ ୧୫୯ ରନ୍‌ର ଲକ୍ଷକୁ ପିଛା କରି ୧୭.୩ ଓଭରରେ ଜିତିଛି। ଭାରତ ପାଇଁ ଶିବମ ଦୁବେ ୪୦ ବଲ୍‌ରେ ୫ ଚୌକା ଓ ୨ ଛକା ସହାୟତାରେ ୬୦* ରନ୍‌ର ଚମତ୍କାର ଇନିଂସ ଖେଳିଛନ୍ତି।

ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୮ ରନ୍‌ କରିଥିଲା। ମହମ୍ମଦ ନବି ଦଳ ପାଇଁ ୪୨ ରନର ସବୁଠାରୁ ବଡ ଇନିଂସ ଖେଳିଥିଲେ, ଯେଉଁଥିରେ ୨ ଚୌକା ଓ ୩ ଛକା ଅନ୍ତର୍ଭୁକ୍ତ ଥିଲା । ହେଲେ ନବିଙ୍କ ଏହି ଇନିଂସ ଦଳକୁ ବିଜୟ କରିପାରିଲା ନାହିଁ।

Share