Posted inଖେଳ

କେବେ, କେଉଁଠାରେ ଖେଳାଯିବ ଭାରତ-ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି -୨୦, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଆରମ୍ଭ ହୋଇଛି। ଭାରତ ଗସ୍ତରେ ଆସିଥିବା ଆଫଗାନିସ୍ତାନ ଦଳକୁ ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁରୁବାର ମୋହାଲିରେ ଅନୁଷ୍ଠିତ ଟି -୨୦ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଏବେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ହାସଲ କରିବାକୁ ଚେଷ୍ଟା କରିବ।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ଜାନୁଆରୀ ୧୪ରେ ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ସା ୭ଟାରୁ ଆରମ୍ଭ ହେବ।

ଭାରତ ଏବଂ ଆଫଗାନିସ୍ତାନର ଦଳ ଏ ପର୍ଯ୍ୟନ୍ତ ଟି -୨୦ ଇଣ୍ଟରନ୍ୟାଶନାଲରେ ୬ଥର ମୁହାଁମୁହିଁ ହୋଇଛନ୍ତି। ଆଫଗାନିସ୍ତାନ ଏଥିରେ ଥରେ ମାତ୍ର ଜିତିନାହିଁ। ଆଫଗାନିସ୍ତାନ ୫ଟି ମ୍ୟାଚରେ ପରାଜୟର ସାମ୍ନା କରିଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନ ଥିଲା। ଏପରିକି ଇନ୍ଦୋରରେ ମଧ୍ୟ ଟିମ ଇଣ୍ଡିଆର ପଲ୍ଲା ଭାରି ଥିବା ଜଣାପଡିଛି।

ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଇନ୍ଦୋରରେ ତିନୋଟି ଟି -୨୦ ଅନ୍ତର୍ଜାତୀୟ ଖେଳିଛି। ଏଠାରେ ସେ ଦୁଇଟି ଜିତି ଗୋଟିଏ ହରିଛନ୍ତି। ଭାରତ ଏଠାରେ ଶ୍ରୀଲଙ୍କାକୁ ଦୁଇଟି ମ୍ୟାଚରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ମ୍ୟାଚ ହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌

ଜୋହାନ୍ସବର୍ଗ, ୧୫ା୧୧ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଏଠାରେ ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ...

ଗୋଟିଏ ଭୁଲ୍‌ ପାକିସ୍ତାନକୁ ପଡ଼ିବ ଭାରି: ଭାରତକୁ ମିଳିପାରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଚାମ୍ପିଅନ୍ସ ଟ୍ରଫି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ଏହି ଆଇସିସି ଟୁର୍ନାମେଣ୍ଟ ବର୍ତ୍ତମାନ ପାକିସ୍ତାନରେ ନୁହେଁ, ବରଂ ଭାରତରେ ଆୟୋଜିତ ହୋଇପାରିବ।...

ରବି ଶାସ୍ତ୍ରୀଙ୍କ ଚେତାବନୀ, କହିଲେ ‘ନିଜ ସାମ୍ରାଜ୍ୟକୁ ଫେରିଛନ୍ତି ରାଜା’

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କ ସମାଲୋଚକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ ସମର୍ଥନ...

ଟିମ ଇଣ୍ଡିଆକୁ ଫେରିବେ ସଚିନ ତେନ୍ଦୁଲକର! ବିସିସିଆଇକୁ ବଡ଼ ପ୍ରସ୍ତାବ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ...

ଏବେ ଏହି ଦେଶ ପାଇଁ କାମ କରିବେ ସାନିଆ ମିର୍ଜା

ନୂଆଦିଲ୍ଲୀ,୧୪।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଖେଳରୁ ଅବସର ନେଇଛନ୍ତି। କିନ୍ତୁ ତଥାପି ସେ ସକ୍ରିୟ ଅଛନ୍ତି। ନିକଟରେ ସାନିଆଙ୍କୁ ଦୁବାଇରେ ଏକ ଗୁରୁତ୍ୱପୂର୍ଣ୍ଣ...

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଚେତାବନୀ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ ଖେଳିବାକୁ...

ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ହେବ ଟଙ୍କା ବର୍ଷା! ଆଇପିଏଲ୍‌ ପୂର୍ବରୁ କଲେ ଚମତ୍କାର…

ନୂଆଦିଲ୍ଲୀ,୧୪।୧୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ଆଇପିଏଲରେ କିଛି ବିଶେଷ କରିପାରି ନାହାଁନ୍ତି। ତାଙ୍କୁ ମଧ୍ୟ କମ ସୁଯୋଗ ମିଳିଛି। ଅର୍ଜୁନ...

ସେ ମୋ ରୁମ୍‌କୁ ଆସି ଏମିତି ଅନୁରୋଧ କରିଥିଲେ, ମ୍ୟାଚ୍‌ ପରେ ତିଳକ ବର୍ମାଙ୍କ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର

ସେଞ୍ଚୁରିୟନ୍‌,୧୪।୧୧: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ଥିଲେ ତିଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri