Categories: ଖେଳ

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଗର୍ଜିଲେ ରୋହିତ-ରିଙ୍କୁ ସିଂ, ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ଖରାପ ଆରମ୍ଭ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ କରି ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରୋହିତ ଏବଂ ରିଙ୍କୁଙ୍କ ମଧ୍ୟରେ ୯୫ ବଲରେ ୧୯୦ ରନର ଭାଗିଦାରୀ ହୋଇଥିଲା। ରୋହିତ ୬୯ ବଲରେ ୧୧ ଚୌକ ଓ ୮ ଛକା ସହ ୧୨୧ ରନ ସ୍କୋର କରି ଅପରାଜିତ ରହିଥିଲେ। ସେହିଭଳି ରିଙ୍କୁ ସିଂ ମାତ୍ର ୩୯ ବଲରେ ୬୯ ରନ୍ ସଂଗ୍ରହ କରିଥିଲେ। ରିଙ୍କୁ ୨ଟି ଚୌକ ଓ ଛକା ମାରିଥିଲେ।

ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତ ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇବା ସତ୍ତ୍ୱେ ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୨ ରନ୍ ସଂଗ୍ରହ କରିଛି। ଶେଷ ପାଞ୍ଚ ଓଭରରେ ଭାରତୀୟ ଦଳ ୧୦୦ ରୁ ଅଧିକ ରନ୍ ସଂଗ୍ରହ କରିଛି।

Share