Categories: ଖେଳ

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୧।୧: ଟିମ ଇଣ୍ଡିଆ ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଦୀର୍ଘ ଦିନ ପରେ ରୋହିତ ଶର୍ମା ଭାରତୀୟ ଟି -୨୦ ଦଳକୁ ଫେରିଛନ୍ତି। ଏହି ସିରିଜରେ ରୋହିତ ଭାରତର ଅଧିନାୟକ ହେବେ। ପୂର୍ବତନ ଭାରତୀୟ କ୍ରିକେଟର ସବା କରିମ ରୋହିତ ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ରୋହିତଙ୍କ ପାଖରେ ମ୍ୟାଚ ଜିତିବାର କ୍ଷୁଧା ଅଛି।

ସବା କାରିମ ବିଶ୍ୱକପ୍‌ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଇଣ୍ଡିଆ ଟୁଡେରୁ ମିଳିଥିବା ଖବର ଅନୁଯାୟୀ ସେ କହିଛନ୍ତି ଯେ, ରୋହିତ ଶର୍ମାଙ୍କ କ୍ୟାରିୟରର ଏହା ବହୁତ ଭଲ ପର୍ଯ୍ୟାୟ। ବିଶ୍ୱକପ୍‌ ସମୟରେ ସେ ଯେଉଁଭଳି ଭାବେ ଅଧିନାୟକ କରିଥିଲେ, ତାହା ଦର୍ଶାଏ ଯେ, ତଥାପି ଜିତିବାକୁ ତାଙ୍କର କ୍ଷୁଧା ଅଛି। ସେ ଭଲ ଫର୍ମରେ ଅଛନ୍ତି ଏବଂ ତାଙ୍କର ଫିଟନେସ ମଧ୍ୟ ବହୁତ ଭଲ। ଏହି କାରଣରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତଙ୍କୁ ପୁଣି ଚୟନ କରିଛନ୍ତି। ସେ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ଭାବରେ ଦଳ ପାଇଁ ସହାୟକ ହେବେ।

୨୦୨୩ ବିଶ୍ୱକପ ସମୟରେ ଟିମ ଇଣ୍ଡିଆ ପାଇଁ ରୋହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରୋହିତ ୧୧ ଟି ମ୍ୟାଚରେ ୫୯୭ ରନ୍‌ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ଏକ ଶତକ ଏବଂ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ ପୂର୍ବରୁ ଅନେକ ଥର ଟିମ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ସେ ଦୀର୍ଘ ସମୟ ଧରି ଭାରତୀୟ ଟି -୨୦ ଦଳରୁ ବାହାରେ ଥିଲେ। ନଭେମ୍ବର ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ରୋହିତ ତାଙ୍କର ଶେଷ ଟି -୨୦ ମ୍ୟାଚ ଖେଳିଥିଲେ। ବର୍ତ୍ତମାନ ସେ ଫେରି ଆସିଛନ୍ତି।

Share