Categories: ଖେଳ

ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍‌ ପାଇଁ ମିଳିଗଲା ଘାତକ ଅସ୍ତ୍ର

ନୂଆଦିଲ୍ଲୀ,୧୮।୧: ଭାରତୀୟ କ୍ରିକେଟର ଶିବମ ଦୁବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଦମ୍‌ଦାର ରେକର୍ଡ କରିଛନ୍ତି। ତାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ଦୁବେ ୩ ମ୍ୟାଚରେ ୧୨୪ ରନ୍‌ ଏବଂ ୨ ଉଇକେଟ୍‌ ମଧ୍ୟ ନେଇଛନ୍ତି। ସେ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି। ତେବେ ତାଙ୍କ ପ୍ରଦର୍ଶନକୁ ଦେଖି କୁହାଯାଉଛି କି ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ରେ ଶିବମ ଦୁବେଙ୍କୁ ସୁଯୋଗ ଦେଇପାରେ।

ଶିବମ ଆଫଗାନିସ୍ତାନ ବିପକ୍ଷ ସିରିଜରେ ପ୍ରଥମ ମ୍ୟାଚରେ ଅପରାଜିତ ୬୦ ରନ୍‌ କରିଥିଲେ। ସେ ଏହି ମୁକାବିଲାରେ ୯ ରନ୍‌ ଦେଇ ଏକ ଉଇକେଟ୍‌ ମଧ୍ୟ ନେଇଥିଲେ। ଏହ ପରେ ଦ୍ୱିତୀୟ ମ୍ୟାଚରେ ଅପରାଜିତ ୬୩ ରନ୍‌ କରିଥିବା ବେଳେ ୩୬ ରନ୍‌ ଦେଇ ଏକ ଉଇକେଟ୍‌ ନେଇଥିଲେ। ହେଲେ ତୃତୀୟ ମୁକାବିଲାରେ ଏକ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

Share