Categories: ଖେଳ

ଭାରତକୁ ଝଟକା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଗିଲ

ନୂଆଦିଲ୍ଲୀ,୯।୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବା ପରେ ଭାରତକୁ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଙ୍ଗୁରୁ ସୁସ୍ଥ ହେଉଥିବା ଶୁଭମାନ ଗିଲଙ୍କୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ଦିଆଯାଇଛି। ବିସିସିଆଇ ଏହା ନିଶ୍ଚିତ କରିଛି। ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ବିସିସିଆଇ ଶୁଭମନଙ୍କ ବିଷୟରେ ମେଡିକାଲ ଅପଡେଟ୍‌ ଦେଇଛି। ବୋର୍ଡ ଲେଖିଛି, ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଅକ୍ଟୋବର 9ରେ ଦଳ ସହ ଦିଲ୍ଲୀ ଯିବେ ନାହିଁ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ପ୍ରଥମ ମ୍ୟାଚରେ ଏହି ଓପନିଂ ବ୍ୟାଟ୍ସମ୍ୟାନ ଖେଳିପାରିନଥିଲେ। ଅକ୍ଟୋବର ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷ ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚରେ ମଧ୍ୟ ସେ ଖେଳି ପାରିବେ ନାହିଁ। ଶୁଭମନ ଚେନ୍ନାଇରେ ରହି ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ରହିବେ।

Share