Categories: ଖେଳ

ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜ: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍‌ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ପ୍ଲେ-୧୧ରେ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କୁ ଟିମ ଇଣ୍ଡିଆ ସ୍ଥାନ ଦେଇଛି।

ଭାରତର ପ୍ଲେ-୧୧ : ରୋହିତ ଶର୍ମା, ଶୁଭମାନ ଗିଲ, ତିଳକ ବର୍ମା, ଶିବମ ଦୁବେ, ଜିତେଶ ଶର୍ମା, ରିଙ୍କୁ ସିଂ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ ଏବଂ ମୁକେଶ ଶର୍ମା।

Share