Categories: ଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ମ୍ୟାଚ୍‌

ମୋହାଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଆଇଏସ୍‌ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବିଶ୍ୱକପ୍‌ ପୂର୍ବରୁ ଉଭୟ ଟିମ୍‌ ଲାଗି ଅନ୍ତିମ ସିରିଜ ଅଟେ। ଏଣୁ କ୍ରିକେଟ ପ୍ରଶଂସକଙ୍କ ନଜର ଏହି ସିରିଜ ଉପରେ ରହିଛି। ଏସିଆ କପ୍‌ ୨୦୨୩ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ମ୍ୟାଚ୍‌ ଲାଗି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଛି।

କେବେ ଏବଂ କେଉଁଠି ଦେଖିବେ ସିରିଜ?
ସିରିଜର ପ୍ରଥମ ମୁକାବିଲାର ଲାଇଭ ପ୍ରସାରଣ ସ୍ପୋଟ୍ସ୧୮ରେ ହେବ। ହିନ୍ଦୀରେ ମ୍ୟାଚର ପ୍ରସାରଣ କଲର୍ସ ସିନେପ୍ଲେକ୍ସ ସୁପରହିଟ୍‌ରେ ହେବ।

ସମୟ:
ସେପ୍ଟେମ୍ବର ୨୨ରେ ମୋହାଲିରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଅପରାହ୍ନ ୧.୩୦ରେ ଖେଳାଯିବ। ଟସ୍‌ ମ୍ୟାଚ୍‌ର ଅଧା ଘଣ୍ଟା ପୂର୍ବରୁ ଅର୍ଥାତ ୧ଟାରେ ପଡ଼ିବ।

ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌:
କେଏଲ୍‌ ରାହୁଲ(ଅଧିନାୟକ), ରବିନ୍ଦ୍ର ଜାଡେଜା(ଉପଅଧିନାୟକ), ଋତୁରାଜ ଗାଏକଓ୍ବାଡ, ଶୁଭମନ ଗିଲ, ଶ୍ରେୟାସ ଆୟର, ସୂଯ୍ୟକୁମାର ଯାଦବ, ତିଳକ ବର୍ମା, ଈଶାନ କିଶନ, ଶାର୍ଦ୍ଦୁଳ ଠାକୁର, ଓ୍ବାଶିଂଟନ ସୁନ୍ଦର, ଆର୍‌ ଅଶ୍ୱିନ, ଜସପ୍ରିତ ବୁମ୍‌ରା, ମହମ୍ମଦ ଶାମି,ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା

Share