ମେଲବୋର୍ନ,୨୮।୧୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସିରିଜ୍କୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୧୦୪ ରନ୍ର ଭାଗିଦାରୀ ବଳରେ ଭାରତ ଅଷ୍ଟ୍ରେଲିଆଠାରୁ ମ୍ୟାଚ ଛଡ଼ାଇ ନେଇପାରେ ବୋଲି ସଚିନ କହିଛନ୍ତି। ତେନ୍ଦୁଲକର ଟୁଇଟ୍ କରି କହିଛନ୍ତି, ଶୁବମନ ଗିଲ ଡେବ୍ୟୁ ମ୍ୟାଚ୍ରେ କିଛି ଭଲ ସଟ ଖେଳିଥିଲେ ଏବଂ ଅଜିଙ୍କେ ରାହାନେ ଏବଂ ରବିନ୍ଦ୍ର ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଛନ୍ତି ଯାହା ଅଷ୍ଟ୍ରେଲିଆରୁ ମ୍ୟାଚ ଛଡ଼ାଇ ନେଇପାରେ। ସେ ଲେଖିଛନ୍ତି, ଦ୍ୱିତୀୟ ଟେଷ୍ଟରେ ଭାରତ ପାଇଁ ଦୁଇଟି ଭଲ ଦିନ। ଜସପ୍ରୀତ ବୁମ୍ରା, ଆର ଅଶ୍ୱିନ ଏବଂ ମହମ୍ମଦ ସିରାଜ ପ୍ରକୃତରେ ଭଲ ବୋଲିଂ କରି ଚାପକୁ ବଜାୟ ରଖିଥିଲେ ଏବଂ କମ ସ୍କୋରରେ ଅଷ୍ଟ୍ରେଲିଆକୁ ଅଟକାଇଥିଲେ।
…with good field placements.
.@RealShubmanGill got off to a good start on debut with some good shots and looked comfortable at the crease. @ajinkyarahane88 and @imjadeja have stitched a very crucial partnership which may just take the game away from Australia.— Sachin Tendulkar (@sachin_rt) December 27, 2020