Categories: ଖେଳ

ଆଜି ଅଷ୍ଟ୍ରେଲିଆ ବନାମ ଭାରତ ୪ର୍ଥ ଟି-୨୦, କେଉଁଥିରେ ଏବଂ କିପରି ଦେଖିପାରିବେ ଲାଇଭ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୨: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଡିସେମ୍ବର ୧ ଅର୍ଥାତ୍‌ ଶୁକ୍ରବାର ରାୟପୁରର ଶହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ସିରିଜର ଚତୁର୍ଥ ମ୍ୟାଚ ଖେଳିବ। ଏ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଶେଷ ତିନିଟି ମ୍ୟାଚରେ ଭାରତ ୨ଟି ମ୍ୟାଚ ଜିତିଛି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଛି। ଟିମ ଇଣ୍ଡିଆ ଆଜିର ମ୍ୟାଚ ଜିତି ସିରିଜ ଜିତିବାକୁ ଚାହୁଁଛି। ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ କେଉଁଠାରେ ଏବଂ କିପରି ଏହି ମ୍ୟାଚକୁ ମାଗଣାରେ ଲାଇଭ୍‌ ଦେଖିପାରିବେ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜର ଚତୁର୍ଥ ମ୍ୟାଚ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ସା ୭ଟାରୁ ଆରମ୍ଭ ହେବ। ମ୍ୟାଚ ସ୍ପୋର୍ଟସ ୧୮ ମାଧ୍ୟମରେ ସିଧା ପ୍ରସାରଣ ହେବ। ଏତିସହିତ ଜିଓ ସିନେମାର ଆପ ଏବଂ ୱେବସାଇଟ ମାଧ୍ୟମରେ ମାଗଣାରେ ସିଧା ପ୍ରସାରିତ ହେବ, ଯେଉଁଠାରେ ଆପଣ ଏହାକୁ ମୋବାଇଲ ଏବଂ ଅନ୍ୟାନ୍ୟ ଉପକରଣରେ ମାଗଣାରେ ଦେଖିପାରିବେ।

Share