Advertisement
Categories: Home Leftଖେଳ

ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ : ଦଳକୁ ଫେରିବେ ଶ୍ରେୟସ୍‌ ଆୟର

ରାୟପୁର,୩୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଶୁକ୍ରବାର ରାୟପୁରରେ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ ଜିତିବାକୁ ପ୍ରୟାସ କରିବ। ତେବେ ଭାରତର ଯୁବ ବୋଲିଂ ଲାଇନଅପ୍‌ ଉପରେ ସମସ୍ତଙ୍କ ନଜର ରହିବ।

ଏପରିକି ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ପରିବର୍ତ୍ତନ ସମ୍ଭାବନା କମ୍‌ ରହିଛି। ହେଲେ ଶ୍ରେୟସ୍‌ ଆୟର ସଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏକମାତ୍ର ଖେଳାଳି ଭାବରେ ତିଳକ ବର୍ମା ଟିମ୍‌ରୁ ବାହାରେ ବସିବେ। ଚଳିତ ସିରିଜରେ ଭାରତୀୟ ଟପ୍‌ ଅର୍ଡର ଜବରଦସ୍ତ ଫର୍ମରେ ରହିଛି। ଯଶସ୍ବୀ ଜୟସ୍ବାଲ ପ୍ରଥମ ଦୁଇ ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ଟି୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସେହିପରି ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍‌ ଅପ୍‌ରେ ମ୍ୟାକ୍ସଓ୍ବେଲଙ୍କ ଅନୁପସ୍ଥିତି ଭାରତୀୟ ବୋଲରଙ୍କୁ କିଛିଟା ଆଶ୍ୱସ୍ତି ମିଳିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel