Categories: ଖେଳ

ଡବ୍ଲୁଟିସି ମ୍ୟାଚ ମଧ୍ୟରେ ଟିମ୍‌ ଇଣ୍ଡିଆକୁ ବିଜୟ ମନ୍ତ୍ର ଦେଲେ ହରଭଜନ ସିଂ

ନୂଆଦିଲ୍ଲୀ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଆଜି ହେଉଛି ତୃତୀୟ ଦିନ। ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଭାରତୀୟ ଦଳ ବ୍ୟାକଫୁଟରେ ଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୧୫୧ରନ ସ୍କୋରରେ ୫ ଉଇକେଟ ହରାଇଥିଲା। ଭାରତର ଟପ ବ୍ୟାଟିଂ ଅର୍ଡର ଏକ ସମ୍ପୂର୍ଣ୍ଣ ଫ୍ଲପ ଥିଲା। ଏହି ମ୍ୟାଚରେ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ ଭାରତୀୟ ଟିମ୍‌କୁ ପରାମର୍ଶ ଦେଇଛନ୍ତି। ହରଭଜନ କହିଛନ୍ତି ଯେ, ଟିମ ଇଣ୍ଡିଆର ଖେଳାଳିମାନେ କୌଣସି ଚାପ ବିନା ମୁକ୍ତ ଭାବରେ ଖେଳିବା ଆବଶ୍ୟକ।

ହରଭଜନ ସିଂଙ୍କ ଅନୁଯାୟୀ ଟିମ ଇଣ୍ଡିଆର ଖେଳାଳିଙ୍କ ପାଖରେ କିଛି ଅଭାବ ନାହିଁ। ସେମାନଙ୍କୁ କେବଳ ଏକ ରଣନୀତିକ ପରିବର୍ତ୍ତନ ଆବଶ୍ୟକ। ହରଭଜନ କହିଛନ୍ତି ଯେତେବେଳେ ତୁମେ ବଡ଼ ମ୍ୟାଚରେ ଖେଳିବ, ଭଲ କରିବାର ଆବଶ୍ୟକତା ଅଛି । ମୁଁ ଭାବୁଛି ବଡ ମ୍ୟାଚରେ ଫ୍ରି ହୋଇ ଖେଳିବାର ଆବଶ୍ୟକତା ଅଛି। ବର୍ତ୍ତମାନ ଏହା (ପ୍ରତିଯୋଗିତା) ବହୁତ କଠିନ ହେବାକୁ ଯାଉଛି। ଫଳାଫଳ ବିଷୟରେ ଚିନ୍ତା ନ କରି ଫ୍ରି ହୋଇ ଖେଳିବା ଉଚିତ୍‌।

Share