Categories: ଖେଳ

ପରାଜୟ ପରେ ଟିମ ଇଣ୍ଡିଆକୁ ବଡ଼ ଝଟକା, ମ୍ୟାଚ ଫି’ର ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ,୧୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପରାଜୟ ପରେ ଭାରତକୁ ଆଉ ଏକ ଝଟକା ଲାଗିଛି। ସ୍ଲୋ ଓଭର ରେଟ୍‌ ପାଇଁ ଟିମ ଇଣ୍ଡିଆ ଉପରେ ଆଇସିସି ପୂରା ମ୍ୟାଚ ଫି’ର ଜରିମାନା କରିଛି। ଭାରତ ସହିତ ଅଷ୍ଟ୍ରେଲିଆକୁ ମଧ୍ୟ ଜରିମାନା କରାଯାଇଛି। ଆଇସିସି ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତକୁ ୨୦୯ ରନର ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଏକ ଫ୍ଲପ ବୋଲି ପ୍ରମାଣିତ ହୋଇଛି।

ଫାଇନାଲରେ ସ୍ଲୋ ଓଭର ରେଟ୍‌ ପାଇଁ ଭାରତକୁ ସମ୍ପୂର୍ଣ୍ଣ ମ୍ୟାଚ ଫି’ର ଜରିମାନା କରାଯାଇଛି। ଏଥି ସହିତ ଅଷ୍ଟ୍ରେଲିଆକୁ ମ୍ୟାଚ ଫି’ର ୮୦ ପ୍ରତିଶତ ଜରିମାନା କରାଯାଇଛି। ଟିମ ଇଣ୍ଡିଆ ଟାର୍ଗେଟ ସମୟଠାରୁ ୫ ଓଭର ପଛରେ ଥିଲା। ସେହିପରି ଅଷ୍ଟ୍ରେଲିଆ ଦଳ ଧାର୍ଯ୍ୟ ସମୟଠାରୁ ୪ ଓଭର ପଛରେ ଥିଲା। ଏହି କାରଣରୁ ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ କ୍ଷତି ସହିଛନ୍ତି। ଆଇସିସି ଶୁବମାନ ଗିଲଙ୍କୁ ମଧ୍ୟ ଜରିମାନା ଲଗାଯାଇଛି। ତାଙ୍କୁ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି।

Share